ଧର୍ମଶାଳା, ୨୧ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ପଂଚାୟତ ଆଦମପୁରସ୍ଥିତ ମର୍ତ୍ୟ ବୈକୁଣ୍ଠ ଗୋଲକଧାମ ପରିସରରେ ଏକ ଆଧ୍ୟାତ୍ମୀକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱାମୀ ଜିତ୍ ମହାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଓ ମୁଖ୍ୟବକ୍ତାଭାବେ ପ୍ରବଚକ ସନ୍ତୋଷ କୁମାର ଶରଣ ପ୍ରମୁଖ ଯୋଗ ଦେଇ ସାଧନାରୁ ହିଁ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି କହିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ଶ୍ରୀ ପଣ୍ଡାଙ୍କ ଦ୍ୱାରା ରଚିତ ଆଧ୍ୟାତ୍ମିକ ପୁସ୍ତକ ‘ଅମୃତ ତରଙ୍ଗ’ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପଣ୍ଡିତ ବିଭୂତି ଭୂଷଣ ପଣ୍ଡା ପୁସ୍ତକର ସମୀକ୍ଷା କରିଥିଲେ । ଶିକ୍ଷାବିତ୍ ପ୍ରଦାପ କୁମାର ସାମଲ ଅତିଥି ପରିଚୟ ପ୍ରଦାନ ଓ ଶିକ୍ଷାବିତ୍ ଆଦିକନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସମରଜିତ ପ୍ରଧାନ,ପ୍ରଶାନ୍ତ କୁମାର ଶତ୍ପଥୀ,ଅଶୋକ କୁମାର ସାହୁ,ପ୍ରତାପ ପୃଷ୍ଟି,ପ୍ରସନ୍ନ ପୃଷ୍ଟି,ମନୋଜ କୁମାର ଦାସ,ଶ୍ରୀଧର ବୋଇତାଇ ଓ ସୌମ୍ୟ ରଂଜନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ