ନୂଆଦିଲ୍ଲୀ, 21 ଜୁଲାଇ (ହି.ସ.)-ସରକାରୀ ବାସଭବନରୁ
ନଗଦ ଟଙ୍କା ଜବତ ସମ୍ପର୍କିତ ମାମଲାରେ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ବିରୁଦ୍ଧରେ
ମହାଭିଯୋଗ ଚଳାଇବା ପାଇଁ ବିଭିନ୍ନ ଦଳର ୧୪୫ ଜଣ ଲୋକସଭା ସଦସ୍ୟଙ୍କ ହସ୍ତାକ୍ଷରିତ ପ୍ରସ୍ତାବ
ଆଜି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯାଇଛି । ସଂସଦର ମୌସୁମୀ ଅଧିବେଶନ
ଆଜିଠାରୁ ଆରମ୍ଭ ହୋଇଛି। ଏବେ ସଂସଦ ଏହି ଅଭିଯୋଗଗୁଡିକର ତଦନ୍ତ କରିବ।
୧୫ ମାର୍ଚ୍ଚରେ ବିଚାରପତି
ୟଶବନ୍ତ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା ଓ ସେଠାରୁ ଅଧଜଳା ନୋଟ
ମିଳିଥିଲା। ଏହି ଘଟଣା ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଲାହାବାଦ ହାଇକୋର୍ଟକୁ ଟ୍ରାନ୍ସଫର
କରାଯାଇଥିଲା।
ସଂବିଧାନର ଅନୁଛେଦ 124,
217 ଓ 218 ଅନୁଯାୟୀ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି।
ଏହି ପ୍ରସ୍ତାବରେ ବିଜେପି ସହିତ, କଂଗ୍ରେସ, ତେଲୁଗୁ ଦେଶମ୍
ପାର୍ଟି, ଜନତା ଦଳ
(ସେକ୍ୟୁଲର୍), ଦ୍ରମୁକ୍,
ଜନସେନା ପାର୍ଟି, ଅସମ ଗଣ ପରିଷଦ, ଶିବସେନା (ଶିନ୍ଦେ
ଗୋଷ୍ଠୀ), ଲୋକ ଜନଶକ୍ତି
ପାର୍ଟି, ଭାରତୀୟ
କମ୍ୟୁନିଷ୍ଟ ପାର୍ଟି ସହିତ ଅନ୍ୟାନ୍ୟ ଦଳର ନେତାମାନେ ମଧ୍ୟ ହସ୍ତାକ୍ଷର କରିଛନ୍ତି। ହସ୍ତାକ୍ଷର
କରିଥିବା ମୁଖ୍ୟ ନେତାମାନେ ହେଲେ— ରବିଶଙ୍କର ପ୍ରସାଦ, ଅନୁରାଗ ଠାକୁର,
ରାହୁଲ ଗାନ୍ଧୀ, ଟି.ଆର୍. ବାଳୁ, ରାଜୀବ ପ୍ରତାପ ରୁଡ଼ି,
ଏମ.କେ. ପ୍ରେମଚନ୍ଦ୍ରନ୍,
ପି.ପି. ଚୌଧୁରୀ, ସୁପ୍ରିୟା ସୁଲେ, କେ.ସି. ବେଣୁଗୋପାଳ ଇତ୍ୟାଦି।
ନିୟମ ଅନୁଯାୟୀ, କୌଣସି ନ୍ୟାୟଧୀଶଙ୍କୁ ହଟାଇବା ପ୍ରସ୍ତାବ ପାଇଁ ଲୋକସଭାରେ ଅତିକମରେ 100 ଓ ରାଜ୍ୟସଭାରେ
50 ସାଂସଦଙ୍କ ହସ୍ତାକ୍ଷର ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା