ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ନିଜ ନିଜ
ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ନେଇ କୋଟିଆ
ଯିବେ ମନ୍ତ୍ରୀ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି
ଯେ, କୋରାପୁଟରେ ଆନ୍ଧ୍ର ପ୍ରଦେଶର ପ୍ରଭାବ କମିଛି । ପ୍ରଶାସନ ତୀକ୍ଷଣ ନଜର ରଖିଛି । ଗୁଡ଼ାଏ
କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖୁଵ ଶୀଘ୍ର
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରାର ବଡ କାର୍ଯ୍ୟକ୍ରମ ନେଇ କୋଟିଆ ଯାଉଛନ୍ତି । ଯୋଗାଣ
ମନ୍ତ୍ରୀ ମଧ୍ୟ କୋଟିଆ ଯାଇଛି ରାସନ କାର୍ଡ ବାଣ୍ଟିବେ । ଏବେ ଗଜପତି ଜିଲ୍ଲାର ନିର୍ଦ୍ଦିଷ୍ଟ ଗାଁକୁ
ଆନ୍ଧ୍ରର ଅଧିକାରୀ ଆସିଥିଲେ ଲୋକମାନେ ସେମାନଙ୍କୁ ପ୍ରତ୍ୟଖାନ କଲେ । ମୁଁ ଜିଲ୍ଲାପାଳ ସହ କଥା
ହେଇଛି ସେ ଜାଗାକୁ ଯିବା ପାଇଁ । ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ ରୋକିବାକୁ ଗଜପତି ଜିଲ୍ଲାର ସେହି ସ୍ଥାନରେ ଏକ ପୋଲିସ
ଆଉଟ ପୋଷ୍ଟ ହେବ । ଯାହା ଅନୁପ୍ରବେଶକାରୀଙ୍କୁ ଜଗିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା