ପୁରୀ, ୨୧ ଜୁଲାଇ(ହି.ସ.) – ପୁରୀଜିଲ୍ଲା ବଳଙ୍ଗା ଥାନା ବଳଙ୍ଗା ମହିଳା ମହାବିଦ୍ୟାଳୟ ଛାତ୍ରୀ ସମିଦା ଖାତୁନଙ୍କୁ ପୋଡି ଘଟଣାରେ ବିପର୍ଯ୍ୟସ୍ତ ଆଇନା ଶୃଙ୍ଖଳା ପ୍ରତିବାଦରେ ଉତ୍କଳ ମହିଳା ସମିତି, ଗଣତାନ୍ତ୍ରିକ ମହିଳା ସମିତି, ସିପିଆଇ ଓ ସିପିଏମ ପକ୍ଷରୁ ଜୁଲାଇ ୨୧ ତାରିଖରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବଳଙ୍ଗା ମହିଳା ମହାବିଦ୍ୟାଳୟ ପୀଡିତା ଛାତ୍ରୀଙ୍କୁ ପଚାଶ ଲକ୍ଷ ଟଙ୍କା ସାହାୟତା,ମହିଳା ଟାସ୍କଫୋର୍ସ ଗଠନ, ଛାତ୍ରୀଙ୍କୁ ପୋଡି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫକରି ଫାଷ୍ଟଟ୍ରାକ କୋର୍ଟଦ୍ୱାରା ତୁରନ୍ତ ଦଣ୍ଡବିଧାନ ପ୍ରଭୁତି ଦାବିରେ ମହିଳା ସଂଗଠନ, ସିପିଆଇ ଓ ସିପିଏମ ପକ୍ଷରୁ ଏକ ଶୋଭାଯାତ୍ରା ମୋଚିସାହି ଛକରୁ ବାହାରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ। ପ୍ରତିବାଦ ସଭାରେ ଉତ୍କଳ ମହିଳା ସମିତି ଜିଲ୍ଲାସଭାନେତ୍ରୀ ବିଦୁଲତା ପୃଷ୍ଟି, ଗଣତାନ୍ତ୍ରିକ ମହିଳାସମିତି ନେତ୍ରୀ ଜ୍ୟୋସ୍ନାରାଣୀ ସୁବୁଦ୍ଧି, ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ଜିଲ୍ଲାସାମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, ସହସମ୍ପାଦକ ହରିହର ସେନାପତି, ଜିଲ୍ଲାନେତା ପ୍ରଦୀପ୍ତ ମହାନ୍ତି, ଦେବେନ୍ଦ୍ର ସାହୁ, ଡାକ୍ତର ପ୍ରଫୁଲ ମହାପାତ୍ର, ସିପିଏମ ଜିଲ୍ଳାସମ୍ପାଦକ ଜଗନ୍ନାଥ ଦେଓ, ସହର ସମ୍ପାଦକ ସୁରେନ୍ଦ୍ର ଜେନା, ଶରତ ରାୟଗୁରୁ, ଭୀମସେନ ସ୍ୱାଇଁ, ଟୁନା ନାୟକ, ପୀତବାସ ବେହେରା, ସମାଜସେବୀ ପବିତ୍ରମୋହନ ଦଳାଇ, ସୁରେନ୍ଦ୍ର ତାପସୁ ପ୍ରମୁଖ ରାଜ୍ୟରେ ଆଇନୀ ଶୃଙ୍ଖଳା ଭୁଶୁଡି ପଡିଥିବାରୁ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମୁର୍ଣ୍ଣ ବିଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ। ବିକ୍ଷୋଭକାରୀଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ