ଭୁବନେଶ୍ୱର, 21 ଜୁଲାଇ (ହି.ସ.)
- ପେଟ୍ରୋଲ ଡିଲର
ସଂଘ ପ୍ଲାଷ୍ଟିକ ବୋତଲ ପେଟ୍ରୋଲ, ଡିଜେଲ ନଦେବା ନିଷ୍ପତ୍ତି ପରେ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ
ଚନ୍ଦ୍ର ପାତ୍ର । ଲୋକସେବା ଭବନରେ ସନ୍ଧ୍ୟା 5ଟାରେ ବସିବ ବୈଠକ । ପେଟ୍ରୋଲ ପମ୍ପ ସଙ୍ଘ ଓ ବିଭାଗର ଅଧିକାରୀଙ୍କ ସହ
ବସିବ ବୈଠକ । କୃଷକ କାର୍ଯ୍ୟରେ ପାଣି ପମ୍ପ ପାଇଁ, ନୌକା ଚାଳକ, ଜେନେରେଟର ଓ ବିଭିନ୍ନ ମେସିନ ପାଇଁ ପେଟ୍ରୋଲ ଡିଜେଲ ଦରକାର । ଏଭଳି
କେସ୍ ସାମ୍ନାକୁ ଆସିଲା । ଜେନେରେଟର କେମିତି ଚାଲିବ । ନୂଆ ଗାଇଡଲାଇନ ପାଇଁ ଚିନ୍ତା କରାଯାଉଛି । ଖୁବଶୀଘ୍ର ଆସିବ
ଗାଇଡଲାଇନ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା