ନାବଳିକା ଉଦ୍ଧାର : ଅପହରଣକାରୀ କୋର୍ଟ ଚାଲାଣ
ଧର୍ମଶାଳା,୨୧ଜୁଲାଇ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଂଚାୟତ ଅଂଚଳରୁ ଜଣେ ନାବାଳିକାକୁ କେହି ଅପହରଣ କରି ନେଇଥିବା ନେଇ ଥାନା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଜଗତସିଂହପୁର ଜିଲା ବାଲିକୁଦାସ୍ଥିତ ବାଲିସାହି ଅଂଚଳରୁ ଉଭୟଙ୍କୁ ଠାବ କରିଥିଲ
ନାବଳିକା ଉଦ୍ଧାର : ଅପହରଣକାରୀ କୋର୍ଟ ଚାଲାଣ


ଧର୍ମଶାଳା,୨୧ଜୁଲାଇ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଂଚାୟତ ଅଂଚଳରୁ ଜଣେ ନାବାଳିକାକୁ କେହି ଅପହରଣ କରି ନେଇଥିବା ନେଇ ଥାନା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଜଗତସିଂହପୁର ଜିଲା ବାଲିକୁଦାସ୍ଥିତ ବାଲିସାହି ଅଂଚଳରୁ ଉଭୟଙ୍କୁ ଠାବ କରିଥିଲା । ନାବାଳିକାକୁ ଜିଲା ସ୍ୱଧାର ଗୃହରେ ଛଡା ଯାଇଥିବା ବେଳେ ଆଜି ଅପହରଣକାରୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ ହୋଇଥିବା ଯୁବକ ଜଣକ ହେଲେ ମଙ୍ଗରାଜପୁର ପଂଚାୟତ ବାଲିସାହି ଗ୍ରାମର ମଙ୍ଗୁଳି ମଲିକଙ୍କ ପୁଅ ପ୍ରଭୂ(୧୯) ବୋଲି ଜଣାପଡିଛି ।

ସୂଚନା ଥାଉକି,ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ଅଂଚଳରୁ ଦୃବୃତମାନେ ଚଳିତ ମାସ ୧୮ ତାରିଖ ଦିନ ଘରେ ପଶି ଜୋରଜବର କରି ଜଣେ ନାବାଳିକାକୁ ଉଠାଇ ନେଇଥିଲେ । ଏନେଇ ନାବାଳିକାର ଭାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଚଳାଇ ରବିବାର ବିଳମ୍ବିତ ରାତିରେ ନାବାଳିକା ସହ ଅପହରଣକାରୀ ପ୍ରଭୂକୁ ଜଗତସିଂହପୁର ଅଂଚଳରୁୁ ପୋଲିସ ଠାବ କରିଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande