ଛତିଶଗଡର ବିଜାପୁରରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ
ବିଜାପୁର, 21 ଜୁଲାଇ (ହି.ସ.)- ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ରବିବାର ବିଳମ୍ବିତ ରାତିରେ ଦୁଇ ଗ୍ରାମବାସୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ତର୍ରେମ ଥାନା ଅଂଚଳରେ ଏହି ଘଟଣା ଘଟିଛି ଓ ତାହାର ଦାୟିତ୍ୱ ନକ୍ସଲମାନଙ୍କ ଜଗରଗୁଣ୍ଡା କମିଟି ନେଇଛି। ନକ୍ସଲମାନେ ଗ୍
ଛତିଶଗଡର ବିଜାପୁରରେ ଦୁଇ     ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ


ବିଜାପୁର, 21 ଜୁଲାଇ (ହି.ସ.)- ଛତିଶଗଡ଼ର ବିଜାପୁର

ଜିଲ୍ଲାରେ ନକ୍ସଲମାନେ ରବିବାର ବିଳମ୍ବିତ ରାତିରେ ଦୁଇ ଗ୍ରାମବାସୀଙ୍କୁ ଧାରୁଆ ଅସ୍ତ୍ରରେ

ହତ୍ୟା କରିଛନ୍ତି। ତର୍ରେମ ଥାନା ଅଂଚଳରେ ଏହି ଘଟଣା ଘଟିଛି ଓ ତାହାର ଦାୟିତ୍ୱ ନକ୍ସଲମାନଙ୍କ ଜଗରଗୁଣ୍ଡା କମିଟି ନେଇଛି। ନକ୍ସଲମାନେ ଗ୍ରାମବାସୀଙ୍କ ଘରକୁ ପ୍ରବେଶ କରି ତାଙ୍କୁ ବାହାରକୁ ନେଇଆସି

ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରିଛନ୍ତି।

ବିଜାପୁର ଜିଲ୍ଲାରେ ଗତ 25 ଦିନରେ ପୋଲିସ ଇନଫର୍ମର

ସନ୍ଦେହରେ ନକ୍ସଲମାନେ 6 ଗ୍ରାମବାସୀ, 2 ଛାତ୍ର ଓ 2 ଶିକ୍ଷାଦୂତ ସହିତ ମୋଟ 10 ଜଣଙ୍କୁ ହତ୍ୟା କରିଛନ୍ତି।

ବିଜାପୁରର ଅତିରିକ୍ତ ପୁଲିସ

ଅଧିକ୍ଷକ ଚନ୍ଦ୍ରକାନ୍ତ ଗୋଭର୍ଣ୍ଣା ସୂଚନା ଦେଇଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ 5 ରୁ 6 ଜଣ

ନକ୍ସଲ ଗ୍ରାମବାସୀଙ୍କ ଘରକୁ ପଶି ତାଙ୍କୁ ବାହାରକୁ ଟାଣିନେଇ ନେଇ ହତ୍ୟା କରିଛନ୍ତି।

ନକ୍ସଲମାନଙ୍କ ତଲାସ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande