ଗଞ୍ଜାମ, ୨୧ ଜୁଲାଇ (ହି.ସ.)- ବ୍ରହ୍ମପୁର ବଡ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି । ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ସହିତ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ବୈଦନାଥପୁର ପୋଲିସ ଘଟଣାର ତଦନ୍ତ କରୁଛି ।
ଗତକାଲି ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାରେ ବିଳମ୍ବ ଯୋଗୁଁ ସମ୍ପୃକ୍ତ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ରୋଗୀଙ୍କ ସମ୍ପର୍କୀୟ ମାନେ ଘଟଣାରେ ଡାକ୍ତରଙ୍କୁ ଦାୟୀ କରି ବଚସା କରିଥିଲେ । ଏବଂ ଡାକ୍ତରଙ୍କ ସହିତ ହାତାହାତି ହୋଇଥିଲେ । ଡାକ୍ତର ଜଣକ ଏ ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ