ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ପ୍ୟାକ୍ସ
ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ପ୍ୟାକ୍ସ । ସେହି ସବୁ ପ୍ୟାକ୍ସକୁ ମଲ୍ଟିପଲପ୍ୟାକ୍ସ ଭାବେ ନିର୍ମାଣ କରାଯିବ । ବର୍ତ୍ତମାନ ସମବାୟ ସମିତି ଗୁଡିକ କେବଳ ଧାନ କିଣା କାର୍ଯ୍ୟ କରୁଛନ୍ତି । କିନ୍ତୁ ନୂଆ ଏମ ପ୍ୟାକ୍ସ ବା ମଲ୍ଟିପୁଲପ୍ୟା
ରାଜ୍ୟର ପ୍ରତି ପଞ୍ଚାୟତରେ     ଖୋଲିବ ପ୍ୟାକ୍ସ


ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ରାଜ୍ୟର ପ୍ରତି

ପଞ୍ଚାୟତରେ ଖୋଲିବ ପ୍ୟାକ୍ସ । ସେହି ସବୁ

ପ୍ୟାକ୍ସକୁ ମଲ୍ଟିପଲପ୍ୟାକ୍ସ ଭାବେ ନିର୍ମାଣ କରାଯିବ । ବର୍ତ୍ତମାନ ସମବାୟ ସମିତି ଗୁଡିକ

କେବଳ ଧାନ କିଣା କାର୍ଯ୍ୟ କରୁଛନ୍ତି । କିନ୍ତୁ ନୂଆ ଏମ ପ୍ୟାକ୍ସ ବା ମଲ୍ଟିପୁଲପ୍ୟାକ୍ସ ଦ୍ୱାରା

ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାକୁ ଦିଆଯିବ । ସେମାନେ ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ

ଖୋଲି ପାରିବେ, ଏଲପିଜିଗ୍ୟାସ ବିତରଣ କରି ପାରିବେ, ଜନସେବା କେନ୍ଦ୍ର ଖୋଲି ପ୍ୟାରିବେ, ଜନ ଔଷଧି କେନ୍ଦ୍ର

ଖୋଲି ପାରିବେ, ଗ୍ରୋସରି ଦୋକାନ ସୋସାଇଟି ମାଧ୍ୟମରେ କରି ପାରିବେ, ଓମଫେଡ ଷ୍ଟୋର ଖୋଲି ପାରିବେ, ପଶୁ ସମ୍ପଦ ପାଇଁ ମଧ୍ୟ ସୋସାଇଟି କରିପାରିବେ । ଏହା ଛଡ଼ା ପ୍ରତି

ଗ୍ରାମରେ ଏହି ମଲ୍ଟିପୁଲପ୍ୟାକ୍ସ ବ୍ୟାଙ୍କ ଖୋଲାଯିବ । ଯାହା ଦ୍ୱାରା ବ୍ୟାଙ୍କ ନଥିବା

ଗ୍ରାମରେ ବ୍ୟାଙ୍କ ନିର୍ମାଣ କରାଯାଇପାରିବ । ୨୦୨୬ ସୁଦ୍ଧା ରାଜ୍ୟର ପ୍ରତି ପଞ୍ଚାୟତରେ

ପ୍ୟାକ୍ସ ନିର୍ମାଣ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande