ମୌସୁମୀ ଅଧିବେଶନକୁ ଗୌରବପୂର୍ଣ୍ଣ ବିଜୟୋତ୍ସବ କହିଲେ ପିଏମ ମୋଦି, ଦଳଗୁଡିକୁ ଦେଶହିତରେ ଏକତା ପାଇଁ କଲେ ଅପିଲ
ନୂଆଦିଲ୍ଲୀ, 21 ଜୁଲାଇ (ହି.ସ)-ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ମିଡିଆକୁ ସମ୍ବୋଧନ କରି ଏହାକୁ ଜାତିର ପାଇଁ ଗୌରବମୟ ବିଜୟୋତ୍ସବ ବୋଲି ବର୍ଣ୍ଣନା କରିଛନ୍ତି।ସେ ସମସ୍ତ ରାଜନୈତିକ ଦଳଙ୍କୁ ଆହ୍ୱାନ କରିଛନ୍ତି ଯେ,
ମୌସୁମୀ ଅଧିବେଶନକୁ ଗୌରବପୂର୍ଣ୍ଣ     ବିଜୟୋତ୍ସବ କହିଲେ ପିଏମ ମୋଦି, ଦଳଗୁଡିକୁ ଦେଶହିତରେ ଏକତା ପାଇଁ କଲେ ଅପିଲ


ନୂଆଦିଲ୍ଲୀ, 21 ଜୁଲାଇ (ହି.ସ)-ସଂସଦର ମୌସୁମୀ ଅଧିବେଶନ

ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ମିଡିଆକୁ ସମ୍ବୋଧନ କରି ଏହାକୁ ଜାତିର

ପାଇଁ ଗୌରବମୟ ବିଜୟୋତ୍ସବ ବୋଲି ବର୍ଣ୍ଣନା କରିଛନ୍ତି।ସେ ସମସ୍ତ ରାଜନୈତିକ ଦଳଙ୍କୁ

ଆହ୍ୱାନ କରିଛନ୍ତି ଯେ,

ଯଦିଓ ସେମାନେ ରାଜନୈତିକ ଭିନ୍ନମତ ରଖନ୍ତି,

କିନ୍ତୁ ଦେଶର ହିତ ପାଇଁ ଏକତ୍ରିତ ହୋଇ କାମ କରିବା ଆବଶ୍ୟକ।ସେ କହିଛନ୍ତି,

ସଂସଦରୁ ଏମିତି ଏକ ସକାରାତ୍ମକ ସନ୍ଦେଶ ଯିବା ଉଚିତ,

ଯାହା ଜନମାନସର ଭାବନାକୁ ପ୍ରତିବିମ୍ବିତ କରିବ ଓ ଜାତିକୁ

ଆଗକୁ ବଢ଼ାଇବ।

ପ୍ରଧାନମନ୍ତ୍ରୀ ମୋଦି ଦେଶର ନିକଟର

ସାମରିକ, ମହାକାଶ ଓ ଆର୍ଥିକ ଉପଲବ୍ଧିଗୁଡିକ

ଉଲ୍ଲେଖ କରି କହିଛନ୍ତି ଯେ, ଭାରତ ବର୍ତ୍ତମାନ ବିଶ୍ୱର ସାମ୍ନାରେ ଏକ ନୂଆ ଶକ୍ତି ଭାବେ ଉଭା ହୋଇଛି।ସେ କହିଛନ୍ତି, ଯେତେବେଳେ ଭାରତର ତିରଙ୍ଗା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଉଡିଲା,

ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା

ହୋଇଗଲା।ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ସମୟ ହେଉଛି ଏହି ଉପଲବ୍ଧିଗୁଡିକର ପ୍ରଶଂସା କରିବାର,

ଯାହାଠାରୁ ଆସନ୍ତା ପିଢିମାନେ ପ୍ରେରଣା ପାଇବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,

ଭାରତୀୟ ସେନାମାନେ ସମ୍ପ୍ରତି ଅପରେସନ୍ ସିନ୍ଦୂର

ମାଧ୍ୟମରେ ଆତଙ୍କବାଦ ବିରୋଧରେ ଏକ ନିଷ୍ପତ୍ତିମୂଳକ ବିଜୟ ହାସଲ କରିଛନ୍ତି।ଏହି ଅଭିଯାନ କେବଳ ଆତଙ୍କବାଦୀମାନଙ୍କ

ପାଇଁ ମୁଁହତୋଡ଼ ଜବାବ ନଥିଲା ଏହାସହ ଏହା ଭାରତର ସ୍ୱଦେଶୀ ସେନା ଉପକରଣଗୁଡିକର ଶକ୍ତି ବି ଦୁନିଆକୁ ଦେଖାଇଦେଲା।

ସେ କହିଛନ୍ତି ଯେ,

ମେଡ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଉତ୍ପାଦ ମାଧ୍ୟମରେ

ବର୍ତ୍ତମାନ ଭାରତର ମାନ-ପ୍ରତିଷ୍ଠା ବିଶ୍ୱ ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀ ମୋଦି କଶ୍ମୀରର

ପହଲଗାମ ଅଞ୍ଚଳରେ ସମ୍ପ୍ରତି ଘଟିଥିବା ଘଟଣାବଳୀ ପ୍ରସଙ୍ଗରେ କହିଛନ୍ତି ଯେ,

ସୁରକ୍ଷା ବଳମାନଙ୍କ ସଚେତନତା ଓ ସରକାରର ନୀତି ଫଳରେ ସେଠି

ଶାନ୍ତି ପୁନଃସ୍ଥାପିତ ହେଉଛି।ସେ ଏହା ମଧ୍ୟ କହିଛନ୍ତି ଯେ,

ନକ୍ସଲ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ଦ୍ରୁତ ଗତିରେ ପରିବର୍ତ୍ତିତ

ହେଉଛି ଓ ବହୁତ ଜିଲ୍ଲା ଏବେ ବିଦ୍ରୋହୀ କବଳରୁ ମୁକ୍ତ ହୋଇଛି।ସେ କହିଛନ୍ତି,

ବିଧାନର ଜିତ୍ ହେଉଛି।

ପ୍ରଧାନମନ୍ତ୍ରୀ ଭାରତର ବିଶ୍ୱ ମଞ୍ଚରେ ଶକ୍ତିଶାଳୀ ଉପସ୍ଥାପନାର ପ୍ରଶଂସା କରିଛନ୍ତି।ବିଶେଷକରି ସେହି ଭାରତୀୟ ପ୍ରତିନିଧିମଣ୍ଡଳମାନଙ୍କ ଭୂମିକାକୁ

ପ୍ରଶଂସା କରିଛନ୍ତି , ଯେଉଁମାନେ ନିକଟରେ ବିଶ୍ୱ ସମ୍ମିଳନୀରେ ପାକିସ୍ତାନର ମୁଖା ଖୋଲିଥିଲେ ।ସେ କହିଛନ୍ତି ଯେ, ଭାରତର ବୈଦେଶିକ ନୀତି ବର୍ତ୍ତମାନ ଦୃଢ଼ତା ଓ ସ୍ପଷ୍ଟତା ସହିତ ଆଗକୁ ବଢ଼ୁଛି।

ପ୍ରଧାନମନ୍ତ୍ରୀ ଆର୍ଥିକ ଉନ୍ନତି

ଉପରେ କହିଲେ ଯେ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ସବୁଠୁ ବଡ଼ ଅର୍ଥନୀତିର ରୂପରେ ଉଭା ହୋଇଛି ।ସେ କହିଛନ୍ତି ଯେ,

ମହଙ୍ଗା ଦର କେବଳ 2 ପ୍ରତିଶତ ପର୍ଯ୍ୟନ୍ତ ସୀମିତ ହୋଇଛି,

ଯାହା ଆମ ଜନସାଧାରଣ ପାଇଁ ଏକ ବଡ଼ ଆଶ୍ୱସ୍ତ ସୂଚକ।ସେ ୟୁପିଆଇକୁ ଭାରତର ଫିନଟେକ୍

କ୍ରାନ୍ତିର ପ୍ରତୀକ ବୋଲି ବର୍ଣ୍ଣନା କରି, କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱରେ ସବୁଠାରୁ ଅଧିକ ଫିନଟେକ୍

ନବପ୍ରୟୋଗ କରୁଥିବା ଦେଶ ହେବାର ମର୍ଯ୍ୟାଦା ପାଇଛି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି 90 କୋଟି ଭାରତୀୟ ସାମାଜିକ ସୁରକ୍ଷାର ଆବରଣ ମଧ୍ୟରେ ଆସିଛନ୍ତି ଓ ଭାରତକୁ ବର୍ତ୍ତମାନ

ଟ୍ରାକୋମା ପରି ଗୁରୁତର ରୋଗରୁ ମୁକ୍ତ ଘୋଷଣା କରାଯାଇଛି।

ସେ ଏହି ମୌସୁମୀ ଅଧିବେଶନକୁ ଏକ

ନୂଆ ପ୍ରେରଣାର ଉତ୍ସ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ,, ଏହି ଅଧିବେଶନ ବିଜୟ, ବିକାଶ ଓ ବିଶ୍ୱାସର ଭାବରେ ଓତପ୍ରୋତ ରହିବ।ଏହି ଅଧିବେଶନ କେବଳ ଦେଶର ସୁରକ୍ଷା ଓ ସମୃଦ୍ଧିକୁ ଶକ୍ତି ଦେବନି,

ବରଂ ଯୁବପିଢ଼ି ପାଇଁ ନୂଆ ଚାକିରି ଅବସର ମଧ୍ୟ ନେଇଆସିବ।

ଶେଷରେ ପ୍ରଧାନମନ୍ତ୍ରୀ ମୋଦି

କହିଛନ୍ତି ଯେ, ଦଳହିତରେ ଯଦି ମତ ନମିଶୁ , କିନ୍ତୁ ଦେଶହିତରେ ମନ ଅବଶ୍ୟ ମିଶିବା ଉଚିତ।

ସେ ସଂସଦର ସମସ୍ତ ସଦସ୍ୟଙ୍କୁ

ଆହ୍ୱାନ କରି କହିଛନ୍ତି ଯେ,

ଏହି ଅଧିବେଶନକୁ ରାଷ୍ଟ୍ରହିତରେ ଏକତା ଓ ସକାରାତ୍ମକତା

ସହିତ ସଫଳ କରିବା ଦାୟିତ୍ୱ ସମସ୍ତଙ୍କର ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande