ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି- ପ୍ରଦୀପ ବଳ ସାମନ୍ତ
ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ବିଜେଡିର ଆରଡ଼ିସି ଘେରାଉକୁ କଡ଼ା କାଉଣ୍ଟର କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି ଯେ, ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି । ବିଜେଡି ସରକାର ସମୟରେ ପ୍ରତ୍ୟେକ ଦିନ ଧର୍ଷଣ, ହତ୍ୟା ଭଳି ଘଟଣା ଘ
ବିଜେଡି ଔଷଧ ବିକଳରେ ତାଟିଆ     କାମୁଡୁଛି- ପ୍ରଦୀପ ବଳ ସାମନ୍ତ


ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ବିଜେଡିର

ଆରଡ଼ିସି ଘେରାଉକୁ କଡ଼ା କାଉଣ୍ଟର କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ

କହିଛନ୍ତି ଯେ, ବିଜେଡି ଔଷଧ

ବିକଳରେ ତାଟିଆ କାମୁଡୁଛି । ବିଜେଡି ସରକାର ସମୟରେ ପ୍ରତ୍ୟେକ ଦିନ ଧର୍ଷଣ, ହତ୍ୟା ଭଳି ଘଟଣା

ଘଟୁଥିଲା । ତାକୁ ସେମାନେ ତଦନ୍ତ ବି କରୁ ନଥିଲେ । ଆମ ସରକାରରେ କିନ୍ତୁ ସବୁ ଘଟଣାକୁ ଗୁରୁତର

ସହ ନେଇ ତଦନ୍ତ କରାଯାଉଛି । ସରକାର ପକ୍ଷରୁ ଯାହା

କଠୋର ପଦକ୍ଷେପ ନେବା କଥା ନିଆଯାଉଛି । ଶିକ୍ଷାନୁଷ୍ଠାନ ହେଉ ଅବା କାର୍ଯ୍ୟାନୁଷ୍ଠାନ

ସବୁ ସ୍ଥାନରେ ମହିଳାଙ୍କ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଚିବଙ୍କ ଠୁ ନେଇ

ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳା ସୁରକ୍ଷା ପାଇଁ ତତ୍ପରତାର ସହ

କାର୍ଯ୍ୟ କରୁଛନ୍ତି । ଲୋକଙ୍କୁ ମତି ଭ୍ରମ କରାଇବା ପାଇଁ ବିଜେଡିର ଏହି ଆରଡ଼ସି ଘେରାଉ

ଆନ୍ଦୋଳନ । ଲୋକ କିନ୍ତୁ ତାଙ୍କର ଏହି କେବେ ବି ଗ୍ରହଣ କରୁନାହାନ୍ତି । ମୋହନ ସରକାର ତଥା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଦନାମ କରିବା ପାଇଁ ବିରୋଧୀ ଏଭଳି କାର୍ଯ୍ୟକ୍ରମ କେବଳ

କରୁଛନ୍ତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande