ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର : ୧୫୩ ଅଭିଯୋଗ ତ୍ୱରିତ ସମାଧାନ
ଧର୍ମଶାଳା,୨୧ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ପଂଚାୟତ ସମିତି ସଭାଗୃହରେ ଆଜି ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଯାଜପୁର ଜିଲାପାଳ ପି ଅନଭେଶା ରେଡି, ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଁ
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର : ୧୫୩ ଅଭିଯୋଗ ତ୍ୱରିତ ସମାଧାନ


ଧର୍ମଶାଳା,୨୧ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ପଂଚାୟତ ସମିତି ସଭାଗୃହରେ ଆଜି ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଯାଜପୁର ଜିଲାପାଳ ପି ଅନଭେଶା ରେଡି, ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଁ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ,ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ,ସିଡିଏମଓ ବିଜୟ କୁମାର ମିଶ୍ର , ଯାଜପୁର ରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର, ଅତିରିକ୍ତ ତହସିଲଦାର ଭବେଶ ମାଝି, ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ବୁଝିବା ସହିତ ତାର ସମାଧାନ କରିଥିଲେ । ଆଜି ଜିଲ୍ଲାପାଳଙ୍କ ଏହି ମିଳିତ ଜନଶୁଣୀରେ ୨୧୨ ଗୋଟି ଆବେଦନ ଆସିଥିବା ବେଳେ ୧୫୩ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ପାଂଠିରୁ ସହାୟତା ଲାଗି ରହିଥିଲା । ୫୦ ଗୋଟି ବ୍ୟକ୍ତିଗତ ଆବେଦନ ରହିଥିଲା ଓ ସମୁହ ଅବେଦନ ୯ ଗୋଟି ରହିଥିଲା । ଆସିଥିବା ଅବେଦନ ମଧ୍ୟରୁ ୧୫୬ ଗୋଟି ଅବେଦନର ତୁରନ୍ତ ସମାଧାନ କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଲାଗି ସର୍ବାଧିକ ୧୫୩ ଗୋଟି ଆବେଦନର ତୁରନ୍ତ ଫଇସଲା କରାଯାଇଥିଲା । ଆଜି ପ୍ରଚଣ୍ଡ ଖରା ହୋଇଥିବା ବେଳେ ଖରାରୁ ବଂଚିବା ଲାଗି ସାଧାରଣ ଅଭିଯୋଗକାରୀମାନଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଛାମୁଣ୍ଡିଆ ଏବଂ ପିଇବା ପାଣିର ବ୍ୟବସ୍ଥା କରାଯାଇ ନଥିବାରୁ ଅଭିଯୋଗକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande