ଅଗଷ୍ଟ 20ଯାଏ ପଂଜିକରଣ କରିପାରିବେ ଚାଷୀ
ଭୁବନେଶ୍ୱର, 21 ଜୁଲାଇ (ହି.ସ.) - ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨୦ ଅଗଷ୍ଟ ଯାଏଁ ପଞ୍ଜୀକରଣ କରିପାରିବେ ଚାଷୀ । ୯ ସେପ୍ଟେମ୍ବର ସୁଦ୍ଧା ସରିବ ଚାଷୀଙ୍କ ତଥ୍ୟ ଯାଞ୍ଚ । ୩୦ ସେପ୍ଟେମ୍ବର ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଚ
ଅଗଷ୍ଟ 20ଯାଏ ପଂଜିକରଣ     କରିପାରିବେ ଚାଷୀ


ଭୁବନେଶ୍ୱର, 21 ଜୁଲାଇ (ହି.ସ.)

- ରାଜ୍ୟ

ସରକାରଙ୍କ ପକ୍ଷରୁ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨୦ ଅଗଷ୍ଟ ଯାଏଁ

ପଞ୍ଜୀକରଣ କରିପାରିବେ ଚାଷୀ । ୯ ସେପ୍ଟେମ୍ବର ସୁଦ୍ଧା ସରିବ ଚାଷୀଙ୍କ ତଥ୍ୟ ଯାଞ୍ଚ । ୩୦

ସେପ୍ଟେମ୍ବର ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଚାଷୀଙ୍କ ତାଲିକା । ଯାହାକୁ ନେଇ ସମବାୟ ମନ୍ତ୍ରୀ

ପ୍ରଦୀପ ବଳ ସାମନ୍ତ କହିଛନ୍ତି ନୂଆ ସରକାର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ପରେ ଚାଷ ପ୍ରତି

ଲୋକଙ୍କ ଆଗ୍ରହ ବଢିଛି । ତେଣୁ ଏଥର ଅଧିକ ଚାଷୀ ପଞ୍ଜିକରଣ କରିବାର ସମ୍ଭାବନା ରହିଛି । ତାକୁ

ଦୃଷ୍ଟିରେ ରଖି ଚଳିତ ବର୍ଷ ପଞ୍ଜିକରଣ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯାଇଛି । ଏବଂ ଅଧିକ ସମୟ

ମଧ୍ୟ ଦିଆ ଯାଇଛି । ଯାହାଦ୍ୱାରା ସମସ୍ତ ଚାଷୀ ପଞ୍ଜିକରଣ କରି ପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande