ଭୁବନେଶ୍ୱର, 21 ଜୁଲାଇ (ହି.ସ.)- କଟକ ଆଇଜିଆର
ଅଫିସକୁ ମନ୍ତ୍ରୀ ସୁରେଶ ପୂଜାରୀ ଅଚାନକ ଗସ୍ତ କରିଛନ୍ତି । କେତେ ଆବେଦନ ଆସିଛି କେତେ ସମୟ
ସୀମାରେ ସରିଛି, ଆଉ କଣ ସମସ୍ୟା ରହିଛି ସେ ବିଷୟରେ ସମୀକ୍ଷା କରିଥିଲେ ମନ୍ତ୍ରୀ । ଏଆଇକଣ୍ଟ୍ରୋଲ ରୁମରେ
ସମୀକ୍ଷା କରିବା ସହ ସାଧାରଣ ଲୋକଙ୍କ ଫିଡବ୍ୟାକ ନେଇଥିଲେ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ସକରାତ୍ମକ
ଫିହବ୍ୟାକଆସିଛି କିନ୍ତୁ କିଛି ଅବ୍ୟବସ୍ଥା ରହିଛି । ଆଇଜିଆର ଅଫିସରେ ଏକା ସାଙ୍ଗରେ ଭିଡ଼ ହେଇଯାଉଛି
। ସୋସାଇଟି ରେଜିଷ୍ଟ୍ରେସନ ବିଳମ୍ବ ହେଉଥିବାରୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟକୁ ସଂଶୋଧନ
କରାଯିବ ।
ଏହି ଅବସରରେ ମନ୍ତ୍ରୀ ଦଲାଲ
ମୁକ୍ତ ଉପରେ ଗୁରୁତ୍ୱ ଦେଇଥିଲେ । ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରେଜିଷ୍ଟର ଅଫିସକୁ କିଛି
ଲୋକ ବାରମ୍ବାର ଆସୁଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ମହତ୍ବ ନୁହେଁ ବୋଲି ସନ୍ଦେହ କରିଛନ୍ତି ମନ୍ତ୍ରୀ
। ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ
କହିଛନ୍ତି । ଏହା ସହ ସରକାରୀ କାମରେ ବିଳମ୍ବ କଲେ ଅଧିକାରୀଙ୍କ ଉପରେ ଫାଇନ । କିଛି ଅଧିକାରୀ
କାର୍ଯ୍ୟରେ ବିଳମ୍ବ କରୁଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ଜରିମାନା ପକାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ
ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା