ଜିଲା ଯାଦବ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଓ କର୍ମକର୍ତା ନିର୍ବାଚନ
ଧର୍ମଶାଳା, ୨୧ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଳକ ଅନ୍ତର୍ଗତ ବାରବାଟୀ ପଂଚାୟତ ଦୂର୍ଗାଦେବୀ ମନ୍ଦିର ପରିସରରେ ଜିଲା ଯାଦବ ମହାସଂଘରର କାର୍ଯ୍ୟକାରିଣୀ ବୈଠକ ଓ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଗଣେଶ୍ୱର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲାର ୧୦ ବ୍ଲକ
ଯାଦବ ମହାସଂଘର କାର୍ଯ୍ୟକରିଣୀ ବୈଠକ ଓ କର୍ମକମର୍ତା ଚୟନ


ଧର୍ମଶାଳା, ୨୧ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଳକ ଅନ୍ତର୍ଗତ ବାରବାଟୀ ପଂଚାୟତ ଦୂର୍ଗାଦେବୀ ମନ୍ଦିର ପରିସରରେ ଜିଲା ଯାଦବ ମହାସଂଘରର କାର୍ଯ୍ୟକାରିଣୀ ବୈଠକ ଓ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଗଣେଶ୍ୱର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲାର ୧୦ ବ୍ଲକ,୨ଟି ମ୍ୟୁନିସିପାଲିଟିରୁ ପ୍ରାୟ ଶତାଧିକ ଯାଦବ ଓ ମହିଳା କର୍ମକର୍ତା ଯୋଗ ଦେଇ ନୂତନ କର୍ମକର୍ତାରେ ଚୟନରେ ଅଂଶ ଗ୍ରହଣ କରିଥିଲେ । ଜିଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ନନ୍ଦଲାଲ ସିଂହ ଯାଦବ ଓ ରାଜ୍ୟ ଯୁବ ସଭାପତି ଅମର ନାୟକଙ୍କ ଉପସ୍ଥିତିରେ ନୂତନ କମିଟି ଗଠନ ହୋଇଥିଲା । ସର୍ବସମ୍ମତି କ୍ରମେ ସଭାପତିଭାବେ ଗଣେଶ୍ୱର ଦାସ ଓ ସମ୍ପାଦକ ଭାବେ ମୁକୁନ୍ଦ ପ୍ରସାଦ ଦାସଙ୍କୁ ଚୟନ କରାଗଲା । ଉପଦେଷ୍ଟାଭାବେ ବିଜୟ ପାଲ ଯାଦବ,ବିଜୟକୁମାର ଦାସ,ସନ୍ତୋଷ କୁମାର ଦାସଙ୍କୁ ମନୋନୀତ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଥିଲା । ନୂତନ କର୍ମକର୍ତାମାନେ ରାଜ୍ୟ ସଭାପତି ଆର୍ଶୀବାଦ ବେହେରା,କାର୍ଯ୍ୟକାରୀ ସଭାପତି ସୁବାସ ବେହେରା ଓ ଅଖିଳ ଭାରତ ବର୍ଷିୟ ଯୁବ ସଭାପତି ଇଂ ପ୍ରଦୀପ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭରତ ଚନ୍ଦ୍ର ଦାସ,ଗୁରୁ ଚରଣ ଦାସ,ସୌଭଗ୍ୟ ରଂଜନ ଦାସ,ମୁରଲୀ ପାଣ୍ଡବ, ହରିଶ କୁମାର ଦାସ, ଲିଜା ଦାସ, ସୁଲୋଚନା ଦାସ, ପାର୍ବତୀ ବେହେରା, ବିଜୟିନୀ ଦାସ, ରଶ୍ମିତା ଦାସ, ଯୋଗେନ୍ଦ୍ର ଦାସ, ପଂଚାନନ ପଲାଇ, ଉତମ ଦାସ ଓ ଗଦାଧର ଦାସ ପ୍ରମୁଖଙ୍କ ସମେତ ବହୁ ଯାଦବ ଭାଇଉଭଣୀମାନେ ଉପସ୍ଥିତ ରହିଥିଲେ । ଶେଷରେ ଅଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande