ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ : ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା
ନୂଆଦିଲ୍ଲୀ, 24 ଜୁଲାଇ (ହି.ସ.) ଜନଜାତି ସଂପ୍ରଦାୟର ବିକାଶ ପାଇଁ ସରକାରଙ୍କ ସମନ୍ବିତ ଆଭିମୁଖ୍ୟ ଗତ ଏକ ଦଶନ୍ଧି ମଧ୍ୟରେ ଅଭୁତପୂର୍ବ ରୁପାନ୍ତରଣ ଓ ଫଳାଫଳ ଆଣିଦେଇଛି । ଗତ ୧୧ ବର୍ଷ ମଧ୍ୟରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ ୨୦୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହିତ ଆରମ୍ଭ ହୋଇଛି ‘ପ୍ରଧାନମନ୍
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ : ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା


ନୂଆଦିଲ୍ଲୀ, 24 ଜୁଲାଇ (ହି.ସ.) ଜନଜାତି ସଂପ୍ରଦାୟର ବିକାଶ ପାଇଁ ସରକାରଙ୍କ ସମନ୍ବିତ ଆଭିମୁଖ୍ୟ ଗତ ଏକ ଦଶନ୍ଧି ମଧ୍ୟରେ ଅଭୁତପୂର୍ବ ରୁପାନ୍ତରଣ ଓ ଫଳାଫଳ ଆଣିଦେଇଛି । ଗତ ୧୧ ବର୍ଷ ମଧ୍ୟରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ ୨୦୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହିତ ଆରମ୍ଭ ହୋଇଛି ‘ପ୍ରଧାନମନ୍ତ୍ରୀ ଯୁଗ’ କାର୍ଯ୍ୟକ୍ରମ, ଯାହାକି ୫ କୋଟି ଜନଜାତି ଲୋକଙ୍କୁ ଉପକୃତ କରିଛି । କେବଳ ଏତିକି ନୁହେଁ ଜଙ୍ଗଲ ଅଧିକାର ଆଇନ, ଜନଜାତି ସଶକ୍ତୀକରଣ ପାଇଁ ଛାତ୍ରବୃତ୍ତି ଆଦି ସଫଳତାର ସହ ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ ସ୍ୱାଧୀନତା ଦିବସର ଭାଷଣରେ କହିଥିଲେ, ବିକାଶ ସର୍ବାଙ୍ଗୀନ, ସର୍ବବ୍ୟାପୀ ଏବଂ ସର୍ବସମାବେଶୀ ହେବା ଆବଶ୍ୟକ। ଆମର ଉପକୂଳବର୍ତ୍ତୀ ଅଞ୍ଚଳ ହେଉ କିମ୍ବା ଜନଜାତି ଅଞ୍ଚଳ, ଏହି ଅଞ୍ଚଳଗୁଡ଼ିକ ଭବିଷ୍ୟତରେ ଭାରତର ଅଭିବୃଦ୍ଧିର ଏକ ପ୍ରମୁଖ ଆଧାର ହେବାକୁ ଯାଉଛି।

ସେପ୍ଟେମ୍ବର ୨୦୨୪ରେ, କେନ୍ଦ୍ର କ୍ୟାବିନେଟ ଦେଶର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ (ପିଏମ ଯୁଗ)କୁ ଅନୁମୋଦନ କରିଥିଲେ। ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କୃଷ୍ଟ ଅଭିଯାନ ଭାବରେ ମଧ୍ୟ ଜଣାଶୁଣା ‘ପିଏମ ଯୁଗ’ର ଲକ୍ଷ୍ୟ ହେଉଛି ବ୍ୟାପକ ବିକାଶ ପଦକ୍ଷେପ ମାଧ୍ୟମରେ ପାଞ୍ଚ କୋଟିରୁ ଅଧିକ ଜନଜାତି ଲୋକଙ୍କୁ ଉପକୃତ କରିବା । ଏହା ଭାରତର ଇତିହାସରେ ସବୁଠାରୁ ବଡ଼ ଜନଜାତି ବିକାଶ କାର୍ଯ୍ୟକ୍ରମ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande