ଅଡାଳପଙ୍କରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ପଞ୍ଜିକୃତ କରି ଔଷଧ ନେଲେ ୪୮୬
ଭଦ୍ରକ, ୨୭ ଜୁଲାଇ (ହି.ସ.) - ଭଦ୍ରକ ସାଇ ଭରଦ୍ୱାଜ୍ ହସ୍ପିଟାଲ୍ ଆୟୋଜନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଭଦ୍ରକ ଜିଲ୍ଲା ଅଡାଳପଙ୍କ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଆଲୁମିନି କମିଟି ଓ ବନ୍ତ ବରିଷ୍ଠ ନାଗରିକ ମଚଂ ସହଭାଗିତାରେ ଅନୁଷ୍ଠିତ ଶିବିରରେ ୪
ADALA PANKA HEALTH CAMP PHOTO (1)


ଭଦ୍ରକ, ୨୭ ଜୁଲାଇ (ହି.ସ.) - ଭଦ୍ରକ ସାଇ ଭରଦ୍ୱାଜ୍ ହସ୍ପିଟାଲ୍ ଆୟୋଜନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଭଦ୍ରକ ଜିଲ୍ଲା ଅଡାଳପଙ୍କ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଆଲୁମିନି କମିଟି ଓ ବନ୍ତ ବରିଷ୍ଠ ନାଗରିକ ମଚଂ ସହଭାଗିତାରେ ଅନୁଷ୍ଠିତ ଶିବିରରେ ୪୮୬ ଜଣ ଅଚଂଳବାସୀ ଙ୍କୁ ମାଗଣାରେ ଔଷଧ ବଟଂନ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଥିବା ବିଘ୍ନରାଜ ଶ୍ରୀ ଗଣେଶ ,ପ୍ରତିଷ୍ଠାତା କୃପାସିନ୍ଧୁ ପଣ୍ଡା ଏବଂ ଉପେନ୍ଦ୍ରନାଥ ପଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଡାକ୍ତର ତ୍ରିନାଥ ପଣ୍ଡା ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବନ୍ତ ବରିଷ୍ଠ ନାଗରିକ ମଚଂର ସମ୍ପାଦକ ସୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ପାଢୀ, ସହ-ସମ୍ପାଦକ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ଉପଦେଷ୍ଟା ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନାରାୟଣ ମହାପାତ୍ର, ହୃଷିକେଶ ମିଶ୍ର, ନକୁଳ ଚରଣ ବାରିକ୍‌, ପ୍ରକାଶ ସାହୁ, ଶ୍ୟାମସୁନ୍ଦର ଜେନା, କମଳାକାନ୍ତ ଦାସ, ଲାଲମୋହନ ପୁହାଣ, ମନ୍ମଥ ଜେନା, ନରହରି ଧଳ,କେଦାରନାଥ ମହାନ୍ତି, ପ୍ରଫୁଲ୍ଲ କର, ସ୍ତମ୍ଭକାର ସୁବୋଧ କୁମାର ସାହୁ, ନିରଞ୍ଜନ ପଣ୍ଡା,ଶିକ୍ଷକ ଗୟାଧର ଦାସ,ରମାକାନ୍ତ ଜେନା, ଆଲୁମିନି କମିଟି ସଭାପତି ବିକ୍ରମାଦିତ୍ୟ ତ୍ରିପାଠୀ,ସମ୍ପାଦକ କମଳାକାନ୍ତ ବିଶ୍ୱାଳ ପ୍ରମୁଖ ସାଇ ଭରଦ୍ୱାଜ୍ ହସ୍ପିଟାଲର ସେବା ମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଗ୍ରାମାଚଂଳରେ ଥିବା ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ପ୍ରମୁଖ ମାଧ୍ୟମ ସାଜିଛି ବୋଲି କହିଥିଲେ । ଏହିଅବସରରେ ସ୍ତ୍ରୀ ରୋଗ, କର୍ଣ୍ଣ-ନାଶା-ଗଳା, ଦନ୍ତ, ଭେଷଜ ଓ ଶିଶୁ ରୋଗ ବିଭାଗର ଡାକ୍ତର ତ୍ରିନାଥ ପଣ୍ଡା, ଡାକ୍ତର ବୈଦନାଥ ଓଝା, ଡାକ୍ତର ସସ୍ମିତା ମଲ୍ଲିକ, ଡାକ୍ତର ବଳରାମ ପ୍ରଧାନ, ଡାକ୍ତର ଅପର୍ଣ୍ଣା ଓଝା ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଟଂନ କରିଥିଲେ । ପଞ୍ଜିକରଣରେ ଶିକ୍ଷକ ସୁଧିର ବାରକ୍‌, ନୃସିଂହ ଚରଣ ଆଇଚ, ସନ୍ତୋଷ କୁମାର ଜେନା,ପଦ୍ମନାଭ ସେଠୀ, ପ୍ରଶାନ୍ତ ଜେନା ଦାୟିତ୍ୱ ନିର୍ବର୍ାହ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ସ୍ୱାସ୍ଥ୍ୟ ସେବା ଶିବିରକୁ ଶିକ୍ଷୟିତ୍ରୀ ବନଲତା ଦାସ,ପ୍ରାଚୀପ୍ରଭା ନାୟକ,ବିଣାପାଣୀ ବେହେରା, ଅଲୋକ ରଞ୍ଜନ ମୁଖାର୍ଜର୍ି ଙ୍କ ସମେତ ଆଲୋକ ପଣ୍ଡା, ଶ୍ରୀକ୍ରିଷ୍ଣା ରାଉତ, ବିଶ୍ୱଜିତ ମୁଖୀ,ସିଦ୍ଧେଶ୍ୱର ପଣ୍ଡା, ଅବିନାଶ ଦାସ, ପ୍ରଫୁଲ୍ଲ ରାଉତ, ତପନ କୁମାର ସାହୁ, ସୁନନ୍ଦା ବିନ୍ଧାଣୀ, ରମାକାନ୍ତ ସାହୁ, ଚନ୍ଦ୍ରଗୁପ୍ତ ରାଉତ, ଆୟୁଷ୍ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande