ଅଟଳ ଧର୍ମରତ୍ନ ସମ୍ମାନ ପାଇଲେ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ
ବାରିପଦା, ୨୭ ଜୁଲାଇ (ହି.ସ.) - ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ଅଟଳ ଯୁବଶକ୍ତି ଆନୁକୂଲ୍ୟରେ କାରଗିଲ ବିଜୟ ଦିବସ ଏବଂ ପୋଖରାନ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ରାଜ୍ୟସ୍ତରୀୟ ଅଟଳ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଏହି ଉତ୍ସବରେ ନୂତନ
Atal Ratna Puraskar


ବାରିପଦା, ୨୭ ଜୁଲାଇ (ହି.ସ.) - ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ଅଟଳ ଯୁବଶକ୍ତି

ଆନୁକୂଲ୍ୟରେ କାରଗିଲ ବିଜୟ ଦିବସ ଏବଂ ପୋଖରାନ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ରାଜ୍ୟସ୍ତରୀୟ ଅଟଳ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଏହି ଉତ୍ସବରେ ନୂତନ ଚିନ୍ତାଧାରା ନେଇ ଓଡିଶାରେ ସଦଭାବନା ସମିତି ପ୍ରତିଷ୍ଠା କରି ସର୍ବଧର୍ମ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ସ୍ଥାପନ, ମାନବ ଧର୍ମର ପ୍ରବର୍ତନ, ସମଗ୍ର ମାନବ ଜାତିକୁ ଜୟ ସନ୍ଥ -ଜୟ ସମାଜ ସ୍ଲୋଗାନର ଉଦଘୋଷକ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଟଳ ଧର୍ମରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ସେହିପରି ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡିଆ ରତ୍ନ, ରାଜନେତା ସମୀର ଦାସଙ୍କୁ ଅଟଳ ମିତ୍ର ରତ୍ନ, ଆନ୍ତର୍ଜାତିକ କ୍ରିକେଟ୍ ଖେଳାଳୀ ଦେବାଶିଷ ମହାନ୍ତିଙ୍କୁ ଅଟଳ ଖେଳରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ଏହିଉତ୍ସବରେ ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସହ ବହୁ ବିଧାୟକ ଉପସ୍ଥିତ ଥୁଲେ. ସମ୍ମାନିତ ହେବା ପରେ ଶ୍ରୀ ବୁଗୁଡେଇଙ୍କୁ ମୟୂରଭଞ୍ଜ ସ୍କୁଲ ଅଫ ଇଂଜିନିୟରିଂ, ଡିଭାଇନ ଇଂଜିନିୟରିଂ ଅନୁଷ୍ଠାନ, ଉଦଳା ବାର ଏସୋସିଏସନ, ଚେତନା ପରିଷଦ କରଞ୍ଜିଆ, ପୂର୍ଣ୍ଣମାସୀ ସେବା ସଂସ୍ଥାନ ବଡସାହି, ପ୍ରତିଭା ପୂଜନ ସଂସ୍ଥାନ ବେତନଟୀ ପ୍ରମୁଖ ଅନୁଷ୍ଠାନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande