କେନ୍ଦ୍ରାପଡ଼ା, ୨୭ ଜୁଲାଇ(ହି.ସ.) – ସ୍ୱାଧୀନତାର ମାଇଲ୍ଖୁଂଟ ଭାବେ ଅଗଷ୍ଟ ୯ କ୍ରାନ୍ତିଦିବସକୁ ସମଗ୍ର ଦେଶରେ ପାଳିତ ହୋଇଆସୁଅଛି। କେନ୍ଦ୍ରାପଡା ଜିଲ୍ଲା ଗାନ୍ଧି ସ୍ମୃତି ପଦଯାତ୍ରା ପରିଷଦ ତରଫରୁ ଏହି ଦିବସକୁ ମଧ୍ୟ ସ୍ମରଣ କରିବା ପାଇଁ ପାଳିତ ହେଉଅଛି। ଏହି ପରିପେକ୍ଷୀରେ ପ୍ରସ୍ତାବିତ ଗାନ୍ଧି ସ୍ମୃତିପୀଠ ଗରାପୁର ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଉପଦେଷ୍ଟା ଅଧ୍ୟାପକ ନନ୍ଦକିଶୋର ପରିଡା, ଗୟାଧର ଧଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଧିରେନ୍ କୁମାର ସାହୁ, ଭାଗିରଥି ଜେନା, ଧୀରେନ୍ କୁମାର ବେହେରା, ଦେବେନ୍ଦ୍ର କୁମାର ଦାସ ଉପସ୍ଥିତ ରହି ଆସନ୍ତା ଅଗଷ୍ଟ ୯ କ୍ରାନ୍ତିଦିବସ ଗରାପୁର ସ୍ଥିତ ଗାନ୍ଧି ପ୍ରତିମୂର୍ତୀ ଠାରୁ ବାହାରି ତିନିମୁହାଣୀ ଗାନ୍ଧି ସ୍ମାରକୀପୀଠ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ସେଠାରେ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଅଗଷ୍ଟ ୯ କ୍ରାନ୍ତିଦିବସ ସଂପର୍କରେ ଆଲୋଚନା କରାଯିବ। ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ଅବସରପ୍ରାପ୍ତ ଶ୍ରମିକ ଏବଂ କର୍ମଚାରୀ ସଂଗଠନ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ସଂଗଠନ ତରଫରୁ ସଂପାଦକ ରାଜେଶ ପଣ୍ଡା ଅନୁରୋଧ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି