ଭଦ୍ରକ, ୨୭ ଜୁଲାଇ (ହି.ସ.) - ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ପ୍ରଥମ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଭଦ୍ରକ ଜ଼ିଲ୍ଲା କୋର୍ଟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି ଲୋକଅଦାଲତ କୁ ପରିଚାଳନା କରିଥିଲେ । ମୋଟ ୩୯ଲକ୍ଷ ୩ ହଜାର ୬୮୧ ଟଙ୍କାରେ ୧୫ ଟି ମୋକଦ୍ଦମା ର ଆପୋଷ ସମଧାନ ହୋଇଥିଲା । ଏହି ଲୋକ ଅଦାଲତରେ ୧୫ ଟି ଚେକ୍ବାଉନ୍ସ, ପୁନଃରୁଦ୍ଧାର ମାମଲା ଗୁଡ଼ିକ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ