ଜେଲ ଗଲେ ବିଜେଡି କର୍ପୋରେଟର ଅମରେଶ ଜେନା
ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.)- ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌। ତାଙ୍କୁ ବାଲେଶ୍ୱରରୁ ଗିରଫ କରାଯାଇଥିବାର ସୂଚନା ରହିଛି। କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତରି ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍ ପଠ
ଜେଲ ଗଲେ ବିଜେଡି କର୍ପୋରେଟର ଅମରେଶ ଜେନା


ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.)- ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌। ତାଙ୍କୁ ବାଲେଶ୍ୱରରୁ ଗିରଫ କରାଯାଇଥିବାର ସୂଚନା ରହିଛି। କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତରି ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲ୍ ଯିବା ପୂର୍ବରୁ ଅମରେଶ ଜେନା ଗଣମାଧ୍ୟମକୁ କହିଛନ୍ତି, ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି। ଗତକାଲି ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଅଭିଯୋଗରେ ଅମରେଶଙ୍କ ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା।

ଅମରେଶ ଜେନାଙ୍କ ଗିରଫଦାରି ନେଇ ଭୁବନେଶ୍ୱର ଏସିପି ଜୋନ୍‌-୪ କହିଛନ୍ତି ଅଭିଯୋଗ ଅନୁସାରେ ଯଥେଷ୍ଟ ତଥ୍ୟ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଦୁଷ୍କର୍ମ, ଗାଳିଗୁଲଜ, ଧମକଚମକ ଆଦି ପରି ଦଫା ଲାଗିଛି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ସେହିପରି ଅମରେଶଙ୍କୁ ଖସାଇବାରେ ସହଯୋଗ କରିଥିବାରୁ ୫ ଗିରଫ ହୋଇଛନ୍ତି।

ସୂଚନାନୁସାରେ, ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ କରିଥିଲେ। କିନ୍ତୁ ଗିରଫ ପୂର୍ବରୁ ଅଭିଯୁକ୍ତ ଅମରେଶ ଜେନା ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ସ୍ୱୀକାର କରିଥିଲେ। ପରେ ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande