କେନ୍ଦୁଝର, ୨୭ ଜୁଲାଇ (ହି.ସ.) - ବଣୁଆ ହାତୀକୁ ଗାଁ ମୁହଁ ରୋକିବା ନିମନ୍ତେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଅଟେଇ ସଂର କ୍ଷିତ ଜଙ୍ଗଲ ର ବିଭିନ୍ନ ପ୍ରକାର ଜୀବଜନ୍ତୁ ଲାଗି ଆରମ୍ଭ ହୋଇଛି ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ। ଖାଦ୍ୟ ଅଭାବରୁ ଜଙ୍ଗଲ ନିକଟସ୍ଥ ଗାଁ ଗୁଡିକକୁ ଚାଲିଆସୁଥିବାରୁ ବନ ବିଭାଗ ପକ୍ଷରୁ ଖାଦ୍ୟ ଉତ୍ପନ ଲାଗି ଜାରୀ ରହିଛି ନୂଆ ପ୍ରୟାସ। ପ୍ରକାଶ ଥାଉକି ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଫାରୀ ସରଂକ୍ଷିତ ଜଙ୍ଗଲରେ ମାଟି ଗୋଳା ମାଧ୍ୟମରେ ବାଉଁଶ ମଞ୍ଜି ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉଲ୍ଲେଖନୀୟ ଯେ ବଣୁଆ ହାତୀ ଓ ଜୀବଜନ୍ତୁ ଜଙ୍ଗଲରେ ବାଉଁଶ ଗଛର ପତ୍ର କୁ ନିଜର ଉତ୍କୃଷ୍ଟ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି। ଏଥି ପାଇଁ ବାଉଁଶ ମଞ୍ଜିକୁ ମାଟିରେ ବିଭିନ୍ନ ଜୈବ ପଦାର୍ଥ କରି ପେଣ୍ଡୁ କରାଯାଇ ଜଙ୍ଗଲର ବିଭିନ୍ନ ପାର୍ଶ୍ୱକୁ ଫିଙ୍ଗା ଯାଇଥିଲା। ସେହି ପିଣ୍ଡୁଳା ବର୍ଷାପାଣି ପାଇବା ପରେ ଗଛ ସୃଷ୍ଟି ହେବା ସହ ଧୀରେ ଧୀରେ ଗଛ ବଡ଼ ହୋଇଥାଏ। ସେଥିରୁ ଯେଉଁ ବାଉଁଶ ପତ୍ର ସୃଷ୍ଟି ହେବ ଜଙ୍ଗଲ ବନ୍ୟ ଜନ୍ତୁ ନିଜର ଖାଦ୍ୟ ରୂପେ ଗ୍ରହଣ କରିବେ ଓ ଗାଁ ମୁହାଁ ହେବେ ନାହିଁ। ଏହି ପ୍ରୟାସ ଜଙ୍ଗଲ ସଫାରୀରେ ପ୍ରଥମ ଥର ପାଇଁ କରାଯାଇଛି। ଆଜି ଅଟେଇ ଜଙ୍ଗଲରେ ଜିଲ୍ଲା ବନ ଅଧିକାରୀଏଚ.ଡ଼ି.ଧନରାଜ, ,ସାଂସଦ ପ୍ରତିନିଧି ଅଖିଳ ପାତ୍ର, ବିଡ଼ିଓ ଖଗେଶ୍ୱର ବରାଳ,ବନାଂଚଳ ଅଧିକାରୀ ସରୋଜ କୁମାର ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ବଡଜାମ୍ମୁପାସି ସରପଂଚ ଯମୁନା ମୁଣ୍ଡା,ସମାଜସେବୀ ହରିହର ବାରିକ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ମାଟି ଗୋଲା ବାଉଁଶ ମଞ୍ଜି ରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଘଟଗାଁ ବନପାଳ ଯତୀନ୍ଦ୍ର କୁମାର ସାହୁ, ଢେଂକିକୋଟ ବନପାଳ ନଗେନ୍ଦ୍ର ଜେନା, ଦେଓବନ୍ଧ ବନପାଳ ଶରଣ କୁମାର ବାରିକ, ରଂଜିତ ପଲେଇ,ବନରକ୍ଷୀ ଓମ ପ୍ରକାଶ ଜେନା, ପୂଜାରାଣୀ ବଳ,ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA