ଜାତି ପାଇଁ ଅଲୋଡ଼ା ହେଲା ଶବ : ସାହା ହେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ
ଜାତି ପାଇଁ ଅଲୋଡ଼ା ହେଲା ଶବ : ସାହା ହେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟଚମ୍ପୁଆ, ୨୭ ଜୁଲାଇ(ହି.ସ.) – ଚମ୍ପୁଆ ଉପଖଣ୍ଡ ଯୋଡ଼ା ବ୍ଳକ ବାମେବାରି ଥାନା ଅନ୍ତର୍ଗତ ପଳଶା ପଂଚାୟତ ଉଚ୍ଚବାଲି ନିକଟରେ ସ୍ଥାନୀୟ ବସନ୍ତପୁର ପଂଚାୟତ ଜଳିପଦା ଗାଁର ଜଣେ ଭିନ୍ନକ୍ଷମ ବ୍ୟକ୍ତି ନବ ଦେହୁରୀ(କନ୍ଦା) ତାଙ୍କ ଭଉଣୀ ଘରୁ
ଜାତି ପାଇଁ ଅଲୋଡ଼ା ହେଲା ଶବ : ସାହା ହେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ


ଜାତି ପାଇଁ ଅଲୋଡ଼ା ହେଲା ଶବ : ସାହା ହେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟଚମ୍ପୁଆ, ୨୭ ଜୁଲାଇ(ହି.ସ.) – ଚମ୍ପୁଆ ଉପଖଣ୍ଡ ଯୋଡ଼ା ବ୍ଳକ ବାମେବାରି ଥାନା ଅନ୍ତର୍ଗତ ପଳଶା ପଂଚାୟତ ଉଚ୍ଚବାଲି ନିକଟରେ ସ୍ଥାନୀୟ ବସନ୍ତପୁର ପଂଚାୟତ ଜଳିପଦା ଗାଁର ଜଣେ ଭିନ୍ନକ୍ଷମ ବ୍ୟକ୍ତି ନବ ଦେହୁରୀ(କନ୍ଦା) ତାଙ୍କ ଭଉଣୀ ଘରୁ ଫେରୁଥିବାବେଳେ ଅସାବଧାନତା ବଶତଃ ଟ୍ରେନରେ କଟି ମୃତ୍ୟୁ ବରଣ କରିଥିଲେ। ଗତକାଲି ଜୁରୁଡି ଜିଆରପି ଶବ ଜବତ କରି ପରିବାର ଲୋକଙ୍କୁ ଖବର ଦେଇ ଥିଲେ। ତେବେ ସେ ଭିନ୍ନକ୍ଷମ ଥିବାରୁ ନିଜେ ବିବାହ କରିନଥିବା ବେଳେ କିଛି ସମ୍ପର୍କିୟ ପହଂଚି ଶବକୁ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଗତକାଲି ବିଳମ୍ବରେ ଶବ ପହଂଚି ଥିବାରୁ ଆଜି ଶବ ବ୍ୟବଚ୍ଛେଦ କରାଯାଇଥିଲା। କିନ୍ତୁ ଶବକୁ ନିଜ ଗାଁକୁ ନେବାକୁ ସମ୍ପର୍କିୟମାନେ ଅମଙ୍ଗ ହୋଇଥିଲେ। ଖବର ଅନୁସାରେ ମୃତକ ନବ ଦେହୁରୀ ଭୂୟାଁ ଜନଜାତିର ହୋଇଥିବା ବେଳେ ଗାଁରେ ତାଙ୍କ ପରିବାରର ଜଣେ ଯୁବକ ଅନ୍ୟ ଜାତି ତଥା ମୁଣ୍ଡା ସମ୍ପ୍ରଦାୟର ଝିଅକୁ ବିବାହ କରିଥିବାରୁ କିଛି ବର୍ଷ ହେଲା ଗ୍ରାମବାସୀମାନେ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିଛନ୍ତି। ଏଭଳି ପରିସ୍ଥିତିରେ ଏହି ମୃତକଙ୍କ ଶବକୁ ଗ୍ରାମବାସୀ ତାଙ୍କ ଶ୍ମଶାନରେ ସତ୍କାର ପାଇଁ ଅନୁମତି ଦେଇ ନଥିଲେ। ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ଖବର ପାଇ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟର କିଛି ସଦସ୍ୟ ଆଜି ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପହଂଚି ଶବକୁ ବ୍ୟବଛେଦ କରାଇ ଏକ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ସହରର ପୌରପାଳିକା ଶ୍ମଶାନକୁ ନେଇ ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ। ଏହି ଅବସରରେ ଟ୍ରଷ୍ଟର ସଦସ୍ୟ ସଞ୍ଜୀବ କୁମାର ସାହୁ, ଯୁଧିଷ୍ଠିର ମହାନ୍ତ, ଯୋଗେଶ୍ୱର ମହାନ୍ତ, ପ୍ରିୟବ୍ରତ କମଳକୃଷ୍ଣ ନାୟକ, ବିଦ୍ୟାଧର ମହାନ୍ତ, ରଘୁନାଥ ମହାନ୍ତ, ଚନ୍ଦ୍ରସେନ ମହାନ୍ତ, ସାନ ଯୋଗେଶ୍ୱର ମହାନ୍ତ ଏବଂ ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସତ୍କାର କାର୍ଯ୍ୟକୁ ସମ୍ପନ୍ନ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ତ୍ରନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande