ଚେକ ବାଉନ୍ସ ମାମଲାର ସମାଧାନ ପାଇଁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ୨୦୨୫
ବାରିପଦା, ୨୭ ଜୁଲାଇ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା କୋର୍ଟ ପରିସରରେ ଚେକ ବାଉନ୍ସ ସମ୍ବନ୍ଧିତ ମାମଲା ଗୁଡିକର ଫଏସଲା ପାଇଁ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନ
ଚେକ ବାଉନ୍ସ ମାମଲାର ସମାଧାନ ପାଇଁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ୨୦୨୫


ବାରିପଦା, ୨୭ ଜୁଲାଇ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା କୋର୍ଟ ପରିସରରେ ଚେକ ବାଉନ୍ସ ସମ୍ବନ୍ଧିତ ମାମଲା ଗୁଡିକର ଫଏସଲା ପାଇଁ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୧୫୧ଟି ମାମଲା ମଧ୍ୟରୁ ୭ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୫,୬୯,୭୨୪ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ-୧ ସତ୍ୟନାରାୟଣ ପାତ୍ର, ଦ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ -୨ ସୁମନ କୁମାର ମିଶ୍ର, ଏସ.ଡି.ଜେ.ଏମ. ଜୁୱେଲ ପଟ୍ଟନାୟକ, ଜେ.ଏମ.ଏଫ.ସି-୧ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବୀ ପ୍ରଦୀପ କୁମାର ଜେନା ଓ ବିଶାଲ ରାମ ତଥା ବାରିପଦା ଓକିଲ ସଂଘର ଆଇନଜୀବୀ ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande