ରାୟପୁର, ୨୭ ଜୁଲାଇ (ହି.ସ.)- ଛତିଶଗଡ଼ ବିଧାନସଭା ନିର୍ବାଚନ ସମୟରେ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଶନିବାର ଆଉ ଦୁଇ ଅଭିଯୁକ୍ତ ଧନେଶ ରାମ ଧ୍ରୁବ ଏବଂ ରାମସ୍ୱରୂପ ମାର୍କମଙ୍କ ବିରୋଧରେ ଏକ ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରିଛି ।
ରାୟପୁର କୋର୍ଟରେ ଏନଆଇଏ ଦ୍ୱାରା ଦାଖଲ କରାଯାଇଥିବା ସପ୍ଲିମେଂଟାରୀ ଚାର୍ଜସିଟରେ, ଉଭୟଙ୍କୁ ଆଇପିସି ଏବଂ ୟୁଏ(ପି) ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ କରାଯାଇଛି, ଯାହା ଫଳରେ ମାମଲାରେ ଅଭିଯୁକ୍ତଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି । ଡିସେମ୍ବର ୨୦୨୪ ରେ ଏହି ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇସାରିଛି । ଅଭିଯୁକ୍ତ ଧ୍ରୁବ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ, ଯେତେବେଳେ ମାର୍କମ ଛୋଟେଗୋବ୍ରା ପଂଚାୟତର ସରପଂଚ ଥିଲେ । ଉଭୟଙ୍କ ବିରୁଦ୍ଧରେ ନକ୍ସଲବାଦୀମାନଙ୍କୁ କେବଳ ଆର୍ôଥକ ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇବା ନୁହେଁ, ବରଂ ଆକ୍ରମଣ ପୂର୍ବ ପ୍ରସ୍ତୁତିରେ ସକ୍ରିୟ ଭୂମିକା ଗ୍ରହଣ କରିବାର ଅଭିଯୋଗ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ