ସମ୍ବଲପୁର ଗୃପ କେନ୍ଦ୍ରରେ ସିଆରପିଏଫର ୮୭ ତମ ପ୍ରତିଷ୍ଠା ଦିବସ
ସମ୍ବଲପୁର, ୨୭ ଜୁଲାଇ (ହି.ସ.) - ଆଜି ଗୌରବଶାଳୀ ଅର୍ଦ୍ଧସାମରିକ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ(ସି ଆର ପି ଏଫ )ର ୮୭ ତମ ପ୍ରତିଷ୍ଠା ଦିବସ ସମ୍ବଲପୁର ଗୃପ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବାହିନୀର ଡ଼ିଆଇଜି ସଞ୍ଜୟ କୁମାର ସିଂହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି
ସମ୍ବଲପୁର ଗୃପ କେନ୍ଦ୍ରରେ ସିଆରପିଏଫର ୮୭ ତମ ପ୍ରତିଷ୍ଠା ଦିବସ


ସମ୍ବଲପୁର ଗୃପ କେନ୍ଦ୍ରରେ ସିଆରପିଏଫର ୮୭ ତମ ପ୍ରତିଷ୍ଠା ଦିବସ


ସମ୍ବଲପୁର ଗୃପ କେନ୍ଦ୍ରରେ ସିଆରପିଏଫର ୮୭ ତମ ପ୍ରତିଷ୍ଠା ଦିବସ


ସମ୍ବଲପୁର, ୨୭ ଜୁଲାଇ (ହି.ସ.) - ଆଜି ଗୌରବଶାଳୀ ଅର୍ଦ୍ଧସାମରିକ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ(ସି ଆର ପି ଏଫ )ର ୮୭ ତମ ପ୍ରତିଷ୍ଠା ଦିବସ ସମ୍ବଲପୁର ଗୃପ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବାହିନୀର ଡ଼ିଆଇଜି ସଞ୍ଜୟ କୁମାର ସିଂହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସମସ୍ତ ସାହସୀ ସୈନିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇଥିଲେ। ୧୯୩୯ ଆଜିର ଦିନରେ ସ୍ଥାପିତ ସିଆରପିଏଫ ର ଇତିହାସ ଉଲ୍ଲେଖନୀୟ। ଯେଉଁଥିରେ ମୁଖ୍ୟତଃ ହଟ୍ ସ୍ପ୍ରିଙ୍ଗ୍ ଲଦାଖରେ ଚୀନ୍ ସେନା ଏବଂ ସର୍ଦ୍ଦାର ପୋଷ୍ଟ କଚ୍ଛରେ ପାକିସ୍ତାନୀ ସେନାକୁ ପରାସ୍ତ କରିବାର ବିଜୟ ଗାଥା ସ୍ମରଣୀୟ । ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ବାହିନୀର ର କର୍ତବ୍ୟ ଏବଂ ସଫଳତା ବିଷୟରେ ସେ ଆଲୋକପାତ କରିଥିଲେ। ସଭାରେ ସି ଆର୍ ପି ଏଫ୍ ସର୍ବଦା ଅଜେୟ, ଭାରତ ମାତା କି ଜୟ ସ୍ଲୋଗାନ ଦିଆଯାଇଥିଲା। ଏହି ଅବସରରେ ଫିଟ୍ ଇଣ୍ଡିଆ ଅଧୀନରେ ସାଇକେଲ ରାଲି, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ପରମ୍ପରା ଅନୁଯାୟୀ ସୈନିକ ସମ୍ମିଳନୀ, ପିଲାମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା, ସୈନିକ ମାନଙ୍କ ମଧ୍ୟରେ ଫୁଟବଲ୍ ଏବଂ ଭଲିବଲ୍ ଖେଳ ଆୟୋଜିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande