ଧାମରାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ
ଭଦ୍ରକ, ୨୭ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ୪ଟି ବୁଥରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଜେପି କାର୍ଯ୍ୟକର୍ତା ମାନେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍
ଧାମରାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ


ଭଦ୍ରକ, ୨୭ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ୪ଟି ବୁଥରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଜେପି କାର୍ଯ୍ୟକର୍ତା ମାନେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ସକାଳ ୧୧ଟାରେ ଆରମ୍ଭ ହୋଇ ୧୧.୩୦ରେ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଂଘର୍ଷ , ସଫଳତା ଓ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିବା ସାଧାରଣ ଜନତାଙ୍କୁ ପ୍ରେରଣା ଏବଂ ମାଗଦର୍ଶନ ମଧ୍ୟ କରାଇଥିଲେ। ଆଜିଜାଗୁଳା ପଂଚାୟତର ୨୫୩,୨୫୪,୨୫୫ ଏବଂ ୨୫୬ ଏବଂ ଧାମରା ପଂଚାୟତରେ ୧୪୯ ଏବଂ ୧୫୦ନମ୍ବର ବୁଥରେ ଏହି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ବିଜେପି ପକ୍ଷରୁ ବିପିନ ବେହେରା,କାର୍ତିକ ଗୁଡିଆ, ପ୍ରଦ୍ୱୀପ ରାଉତ, ତାପସ ନାୟକ, ଉପେନ୍ଦ୍ର ବାରିକ, ଗଣେଶ ଖିଲାର, ପ୍ରଦ୍ୱୀପ ସେଠୀ, ସରୋଜ ସେଠୀ, ଅନାମ ଜେନା ପ୍ରମୁଖ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମର ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande