ସାମାଜିକ ଅନୁଷ୍ଠାନର ଦ୍ୱିତୀୟ ଧାଡ଼ି ନେତୃତ୍ୱର ସୁଯୋଗ ସମ୍ବନ୍ଧୀୟ କର୍ମଶାଳା
Leadership relected workshop by PAG Kandhmal
ଫୋଟ


କନ୍ଧମାଳ, ୨୭ ଜୁଲାଇ(ହି.ସ.) – ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟ ସାମାଜିକ ଅନୁଷ୍ଠାନର ଦ୍ୱତୀୟ ଧାଡି ନେତୃତ୍ୱର ସୁଯୋଗ ସମ୍ପର୍କରେ ଏକ ଦିବସିଆ କର୍ମଶାଳା ଧ୍ୱନି ଫାଉଣ୍ଡେସନ ଓ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ(ପି.ଏ.ଜି.)ର ମିଳିତ ସହଯୋଗରେ ଜନ ବିକାଶ ବୈଠକ ଗୃହ, କ.ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘରେ ପାଖାପାଖି ୩୫ ଗୋଟି ସଦସ୍ୟ ଅନୁଷ୍ଠାନ ଅଛନ୍ତି, ଯେଉଁମାନେ କି ତାଙ୍କ ସଂଗଠନର ବିକାଶର ପ୍ରତିଫଳନ ଓ ନୂଆ ନେତୃତ୍ୱର ପୁନଃଚିନ୍ତନ ଉପରେ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଧ୍ୱନି ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିିର୍ବାହି ଅଧିକାରୀ ଗୋପିନାଥ କେ.ଏନ୍ କାର୍ଯ୍ୟକ୍ରମର ସଂଚାଳକ ଥିବା ସହିତ, ମିହିର କୁମାର ମହାନ୍ତି, ରାଜ୍ୟ ସଂଯୋଜକ ଓ ଗୋବିନ୍ଦ ଏସ. ରଞ୍ଜନ ପରିଚାଳନାରେ ସହଯୋଗ କରିଥିଲେ। ଧ୍ୱନି ଫାଉଣ୍ଡେସନର ମୁଖ୍ୟ ଏଭଳି ସମ୍ବେଦନ ସିଳଚିନ୍ତା ସାମୁହିକ ଭାବେ ସଦସ୍ୟ ଅନୁଷ୍ଠାନ ଭାବିବା ସାରା ଭାରତ ବର୍ଷରେ ଏକ ନୂଆ ଉଦାହରଣ ହେବବୋଲି କହିଥିଲେ। ଏହି ବୈଠକକୁ ପି.ଏ.ଜି.ର ବରିଷ୍ଠ ସଦସ୍ୟ କୈଳାସ ଦଣ୍ଡପାଟ ପୈାରହିତ କରିଥିଲେ। ଅନ୍ୟ ସଦସ୍ୟ ଅନୁଷ୍ଠାନମାନଙ୍କର ଅଧିକାରୀ ଯଥା ନୀପିିଡିତ, ଜାଗୃତି; ବନବାସୀ ସେବା ସମିତି; ସ୍ୱାତୀ; ଆଜକା;, ପ୍ରଦାତା; ଆମ ଗାଁ, ସାହାରା, ଗ୍ରାମ ବିକାଶ, ପାହଡ, କନ୍ଧମାଳ ସବୁଜ ବୈଦ, ସମନ୍ୱୟ, ସେବା ଭାରତୀ, ଶାନ୍ତି ମୈତ୍ରୀ, ଫାରେଲ୍ ଓ ଜନବିକାସ ଭଳି ସମୁଦାୟ ୧୬ ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉପସ୍ଥିତ ରହି କର୍ମସାଳାର ଦିଗ ପ୍ରତି ଆଲୋକପାତ କରିଥିଲୋ ଧ୍ୱନି ଫାଉଣ୍ଡେସନ ଏହି ଦିଗରେ ପୁନରଚିନ୍ତନ ସହିତ ସୁଦୃଢିକରଣ ଦିଗରେ କାର୍ଯ୍ୟକରିବ ବୋଲି ମତ ରଖିଥିଲେ । ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ଦୀର୍ଘ ୪୦ ବର୍ଷର ସ୍ଥିତି, ଅନୁଭୁତି, ଲୋକାଭିମୁଖି କାର୍ଯ୍ୟ, ପରିଚାଳନା ଓ ପ୍ରତିବଦ୍ଧତା ବଜାୟ ରଖିଥିବା କାର୍ଯ୍ୟଶୌଳୀକୁ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଆଦର୍ଶ ହେବା ସହିତ ଅନ୍ୟମାନେ ଅନୁପ୍ରାଣିତ ହେବେ ବୋଲି ଆସା ପ୍ରକାସ କରିଥିଲେ। ପି.ଏ.ଜି.ର ଅଧ୍ୟକ୍ଷ ରାମଚନ୍ଦ୍ର ଦାସ ଓ ଆବାହକ ଇଂ ହରିଶଙ୍କର ରାଉତଙ୍କ ଏଭଳି ଅଭିନବ ଚେଷ୍ଟା କୁ ସମସ୍ତେ ସ୍ୱାଗତ କରିଥିଲେ। ସର୍ବଶେଷରେ ପ୍ରଦୀପ ଦାସଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସମାପ୍ତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande