ଏନ.ଆଇ ଆକ୍ଟ ଉପରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ
ଜୟପୁର, ୨୭ ଜୁଲାଇ (ହି.ସ.) - ଓଡ଼ିଶା ରାଜ୍ୟଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶ ଅନୁଯାୟୀ ଆଜି ତା.୨୭-୦୭-୨୦୨୫ ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଠାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କରାଯାଇଥିଲା । ଏହି ଲୋକ ଅଦାଲତରେ କେବଳ ଏନ.ଆଇ. ଆକ୍ଟ କେସେସ୍ ଅଣ୍ଡର ସେକ୍ସନ୧୩୮ ମାମଲା ଉପରେ
ଏନ.ଆଇ ଆକ୍ଟ ଉପରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ


ଜୟପୁର, ୨୭ ଜୁଲାଇ (ହି.ସ.) - ଓଡ଼ିଶା ରାଜ୍ୟଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶ ଅନୁଯାୟୀ ଆଜି ତା.୨୭-୦୭-୨୦୨୫ ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଠାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କରାଯାଇଥିଲା । ଏହି ଲୋକ ଅଦାଲତରେ କେବଳ ଏନ.ଆଇ. ଆକ୍ଟ କେସେସ୍ ଅଣ୍ଡର ସେକ୍ସନ୧୩୮ ମାମଲା ଉପରେ ଆପୋଷ ସହମତିରେ ସମାଧାନ କରାଯାଇଥିଲା । ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ପ୍ରଦୀପ କୁମାର ମହନ୍ତ, ରେଜିଷ୍ଟାର୍ ସିଭିଲ୍ କୋର୍ଟ, ଶ୍ରୀ ବିଷ୍ଣୁ ପ୍ରାସାଦ ଦେବତା, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ଏସ୍‌.ଡି.ଜେ.ଏମ୍‌, ସନ୍ତୋଷ କୁମାର ବାରିକ ଓ ପ୍ରଥମ ଶ୍ରେଣୀ ବିଚାବିଭାଗୀୟ ଦଣ୍ଡଧିକରି ହରମୋହନ ଦାସ ଉପସ୍ଥିତ ରହି ମୋକଦ୍ଦମା ସମାଧାନ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ସମୁଦାୟ ମକଦ୍ଦମା ୪୯ ଗୋଟି ମାମଲାରୁ ୧୨ ଗୋଟି ଏନ.ଆଇ. ଆକ୍ଟ କେସେସ୍ ଅଣ୍ଡର ସେକ୍ସନ୧୩୮ ମାମଲାରେ ଫଇସଲା କରାଯାଇ ୩୭,୪୫,୭୭୭- ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande