ଭଦ୍ରକ, ୨୭ ଜୁଲାଇ (ହି.ସ.) - ଭଦ୍ରକ କଂଟାବଣିଆ ଗ୍ରାମ ସ୍ଥିତ ମଦରସା ଫୈଜାନେ ଗରିବ ନୱାଜ଼’ ଆନୁକୂଲ୍ୟରୁ କୁଇଜ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମଦରସା ସଭାପତି ଶେଖ ଗୋଲାମ ମହମ୍ମଦଙ୍କ ସଭାପତିତ୍ୱରେ ଏବଂ ଶେଖ ଅବଦୁଲ ବାରୀଙ୍କ କୋରାନ ପାଠରୁ ଓ ଶାହାଜନ ଖାନଙ୍କ ନାତ ସରିଫରୁ ଆରମ୍ଭ ହୋଇଥିଲା । ମଦରସାରେ ସରକାରୀ ଓ ବେସରକାରୀ ଇଂରାଜୀ ଓ ଓଡ଼ିଆ ମିଡିୟମର ୨୫୬ ଜଣ ମୁସଲମାନ ଛାତ୍ର/ଛାତ୍ରୀ ମାଗଣାରେ କୁରାନ ପାଠ ଅଧୟନ କରୁଛନ୍ତି ଓ ଉକ୍ତ କୁଇଜ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀର ବୟସ ୫ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତର ୬ଟି ଗ୍ରୁପରେ ଭାଗ ହୋଇ ୬୧ ଜଣ ଛାତ୍ର / ଛାତ୍ରୀ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୮ ଜଣ ଛାତ୍ର/ ଛାତ୍ରୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତକାର୍ଯ୍ୟ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ସିଲ, କପ ଓ ମାନପତ୍ର ଉପହାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସରକାରୀ ହାଜି ଶେଖ ଅହେସାନ , ଶିକ୍ଷକ କାରୀ ୱଲିଭର ରେହେମାନ ଓ କାରୀ ଇଜାଜ ଅହେମଦ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ଅବଦୁଲ ବାରୀ ଓ ଅବଦୁର ରହିମ ସଂଚାଳକ ଦାୟିତ୍ୱ ତୁଲାଇଥିଲେ । ଏବଂ ସମସ୍ତ ଛାତ୍ର/ ଛାତ୍ରୀର ପିତାମାତା , ଅଭିଭାବକ ଓ ଶ୍ରୋତାମାନେ ଉପସ୍ଥିତ ରହିଥିଲେ । ଏହି ପ୍ରତିଯୋଗିତାରେ ମଦରସା ଫୈଜାନେ ଗରିବ ନୱାଜର ସଭ୍ୟ ଇସତାକ ଖାନ, ସେକ ସାହିଦ ରଫିକ, ସେକ ଇଜାଜ ବେଗ, ସେକ ମୋଇନୁଦ୍ଦିନ , ସେକ ଆସିକ ରଜ଼ା ପ୍ରମୁଖ ସହଯୋଗ କାରୀ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ