ମନସା ଦେବୀ ମନ୍ଦିର ଦୁର୍ଘଟଣା: ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ, ପୀଡିତଙ୍କ ପାଇଁ ସହାୟତା ଘୋଷଣା ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଏବଂ ଆହତଙ୍କୁ ପଚାଶ ହଜାର ଟଙ୍କା ଦେବେ ସରକାର
ହରିଦ୍ୱାର, ୨୭ ଜୁଲାଇ (ହି.ସ.)- ହରିଦ୍ୱାର ଜିଲ୍ଲାରେ ଅବସ୍ଥିତ ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଧାମି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏ
ମନସା ଦେବୀ ମନ୍ଦିର ଦୁର୍ଘଟଣା: ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ, ପୀଡିତଙ୍କ ପାଇଁ ସହାୟତା ଘୋଷଣା ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଏବଂ ଆହତଙ୍କୁ ପଚାଶ ହଜାର ଟଙ୍କା ଦେବେ ସରକାର


ହରିଦ୍ୱାର, ୨୭ ଜୁଲାଇ (ହି.ସ.)- ହରିଦ୍ୱାର ଜିଲ୍ଲାରେ ଅବସ୍ଥିତ ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଧାମି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ପଚାଶ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି । ରବିବାର ସକାଳେ ମନସା ଦେବୀଙ୍କ ମନ୍ଦିରର ଫୁଟପାଥରେ ହଠାତ୍ ଦଳାଚକଟା ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ୬ ଜଣ ଭକ୍ତଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଏହି ଦୁଃଖଦ ମୁହୂର୍ତରେ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande