ବଲାଙ୍ଗୀର, ୨୭ ଜୁଲାଇ(ହି.ସ.) – ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଟିଟଲାଗଡ଼ର ୭୫ ବର୍ଷ ପୂର୍ତି ଅବସରକୁ ସମାରୋହରେ ପାଳନ କରିବା ପାଇ ଆଜି ସ୍କୁଲର ମିଟିଂ ହଲ୍ରେ କିଛି ଶିକ୍ଷକ ଓ ପୁରାତନ ଛାତ୍ରଙ୍କୁ ନେଇ ଗୋଟିଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ଏହା ସ୍ଥିର ହୋଇଥିଲା ଯେ ସ୍କୁଲର ହିରକ୍ ଜୟନ୍ତୀ ପ୍ଲାଟିନମ ଜୁବୁଲି ଧୁମ୍ଧାମରେ ପାଳନ କରାଯିବ। ସେଥିପାଇଁ ଆଗାମୀ ସପ୍ତାହରେ ସବୁ ପୁରାତନ ଛାତ୍ର ଓ ଶିକ୍ଷକଙ୍କ ଆଉ ଗୋଟିଏ ମିଟିଂ ଡାକି ଗୋଟିଏ କମିଟି ଗଠନ କରାଯିବ ଓ ଗତ ୨୫ ବର୍ଷ ତଳେ ଯେଉଁ ଭଳି ଭାବରେ ସ୍ୱର୍ଣ୍ଣ ଜୟନ୍ତୀ(ଗୋଲଡେନ୍ ଯୁବ୍ଲି) ପାଳନ କରାଯାଇଥିଲା ସେଭଳି ବର୍ତମାନ ୭୫ତମ ଜୟନ୍ତୀ ଅତି ଧୁମ୍ଧାମରେ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ଉକ୍ତ ବୈଠକରେ ଗୁରୁଜନ ଓ ପୁରାତନ ଛାତ୍ରମାନେ ନିଜ ନିଜର ମତ ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ