ଜୟପୁର, ୨୭ ଜୁଲାଇ (ହି.ସ.) - ଗଞ୍ଜେଇ ଚୋରାଚାଲାଣ ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ଆଜି ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୦୨୦ ମସିହାରେ ବାୟାଗୁଡା ଗ୍ରାମର ସୁରେନ୍ଦ୍ର ନାଗ ଗଞ୍ଜେଇ ଚୋରା ମାମଲାରେ ଜଡିତ ଥିବା ବେଳେ ସେହି ଦିନଠାରୁ ଫେରାର ଥିଲେ। ଆଜି ସଦରପୁଲିସ ବାୟାଗୁଡା ଗ୍ରାମରୁ ଅଭିଯୁକ୍ତ ସୁରେନ୍ଦ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି