ସମ୍ବଲପୁର, ୨୭ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସିଭିଲ ଅଦାଲତ ପରିସରରେ ଏକ ଜିଲ୍ଲା ସ୍ଥରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଆଇ ଆକ୍ଟ ସମ୍ପର୍କିତ ଚେକ ବାଉନ୍ସ ମାମଲା ଗୁଡିକର ବିଚାର କରାଯାଇ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଜିଲ୍ଲା ଓ ଦୌରାଜଜ ପ୍ରଜ୍ଞା ପାଣିଗ୍ରାହୀ, ଏଡିଜେ (ପ୍ରଥମ) ଶିବ ପ୍ରସାଦ ମିଶ୍ର ଏବଂ ଏଡିଜେ(ଦ୍ୱିତୀୟ) ପ୍ରିୟବ୍ରତ ଦାଶ, ଏସଡିଜେଏମ ଶୁଭଙ୍କର ମହାପାତ୍ର, ଜେଏମଏଫସି ସିଦ୍ଧାନ୍ତ ମିଶ୍ର ଏବଂ ସ୍ୱୟଂଶିକ୍ତା ପତି, ସିଭିଲ ଜଜ ଜେଏମଏଫସି ପାର୍ଥ ପ୍ରତୀକ, ସିଭିଲ ଅଦାଲତ ସମୁହର ରେଜିଷ୍ଟ୍ରାର ନିହାର ରଞ୍ଜନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ସିନିୟର ସିଭିଲ ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ସୌମ୍ୟା ପ୍ରଧାନ ଏହି ଲୋକ ଅଦାଲତକୁ ସଂଯୋଜନା କରିଥିଲେ। ଏଥିରେ ୫୧ଟି ମାମଲାର ବିଚାର କରାଯାଇ ୧ କୋଟି ୧୩ ଲକ୍ଷ ୫୧ ହଜାର ୩୭୦ ଟଙ୍କା ରେ ସେଟେଲମେଂଟ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ