କେନ୍ଦ୍ରାପଡ଼ା, ୨୭ ଜୁଲାଇ(ହି.ସ.) – ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ତେରଗାଁ ପଂଚାୟତରେ କାର୍ଯ୍ୟକର୍ତା ଓ ଜନସାଧାରଣଙ୍କ ସହିତ ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକ ଶୁଣିଥିଲେ। ବେଲାର ନୁଆଗାଁ ଛକ ନିକଟରୁ କାର୍ଯ୍ୟକର୍ତାମାନେ ବିଧାୟକଙ୍କୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ସଭା ସ୍ଥଳକୁ ପଛୋଟି ନେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ ମନ୍ କି ବାତ୍ ଦ୍ୱାରା ପ୍ରଧାନମନ୍ତ୍ରୀ ଆମକୁ ଅନେକ ପ୍ରେରଣା ଦାୟକ ଶିକ୍ଷା ଦେଉଛନ୍ତି। ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ପଂଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିବାର ବ୍ୟବସ୍ଥା କରାଯାଉଛି। ଉନ୍ନତ ଭିତିଭୂମି ଏବଂ ଆବଶ୍ୟକୀୟ ମାନବ ସମ୍ବଳ ଯୋଗାଇଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କେନ୍ଦ୍ରରେ ଜନସାଧାରଣଙ୍କ ପାଇଁ ପାଖାପାଖି ୧୨୦ ପ୍ରକାରର ଔଷଧ ଏବଂ ୧୬ଟି ଦେୟମୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ମିଳିବ। ଏହାସହ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅଧୀନରେ ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯାଉଛି। ଏହାର ସଫଳ ରୂପାୟନ ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ଲାଭ କିଭଳି ଅଧିକରୁ ଅଧିକ ଲୋକ ପାଇପାରିବେ ସେଥିପ୍ରତି ପ୍ରାଧାନ୍ୟ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛି। ଅଂଚଳବାସୀଙ୍କ ଯେଉଁ ଆଶା, ଆକାଂକ୍ଷା ଏବଂ ଦାବି ରହିଛି ତାହାକୁ ପୂରଣ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ସରପଂଚ ବିଦ୍ୟାଧର ସ୍ୱାଇଁ, ବରିଷ୍ଠ ନେତା ପ୍ରଦୀପ ସେଠୀ, ରାଜ୍ୟ ପରିଷଦ ସଭ୍ୟ କୁମର କାନ୍ତ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ, ହୃଷୀକେଶ ଦାସ, ସରୋଜ ମହାପାତ୍ର, ଖଗେଶ୍ୱର ବେହେରା, ଜଗନ୍ନାଥ ରାଉତ ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇ ପଂଚାୟତର ବୁଦ୍ଧିଜୀବୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବୃକ୍ଷ ରୋପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରିୟ ରଂଜନ ନାୟକ, ନାରାୟଣ ମଲ୍ଲ, ଦେବେନ୍ଦ୍ର ସେଠୀ, ଦେବେନ୍ଦ୍ର ଦାସ, ନିରଞ୍ଜନ ସେଠୀ, ସଂଯୁକ୍ତା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି