ମୁମ୍ବାଇ, 27 ଜୁଲାଇ (ହି.ସ.)-ଭାରତୀୟ ପାଣିପାଗ
ବିଭାଗ ରବିବାର ମହାରାଷ୍ଟ୍ରର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହାସହିତ, ଆଜି କୋଙ୍କଣ, ବିଦର୍ଭ ଏବଂ ପଶ୍ଚିମ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ
ଚେତାବନୀ ଜାରି କରିଛି । ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ବର୍ଷା ସମ୍ବନ୍ଧୀୟ ସମ୍ଭାବ୍ୟ
ବିପଦକୁ ଦୃଷ୍ଟିରେ ରଖି ଜାତୀୟ ଆପଦ ପ୍ରତିକ୍ରିୟା ବାହିନୀ ଏବଂ ରାଜ୍ୟ ଆପଦ ପ୍ରତିକ୍ରିୟା
ବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ରାୟଗଡ଼ ଜିଲ୍ଲାର ଉରଣ ନିକଟରେ ସାଗରରେ ଏକ ନୌକା
ଓଲଟିଯିବାରୁ ଏଥିରେ ଥିବା ୮ ଜଣ ଲୋକଙ୍କ ମଧ୍ୟରୁ ୩ ଜଣ ନିଖୋଜ ହୋଇଛନ୍ତି, ତାଙ୍କୁ ତଲାସୀ ଅଭିଯାନ ଚାଲିଛି।
ରାଜ୍ୟ ଜରୁରୀକାଳୀନ
ପରିଚାଳନା କେନ୍ଦ୍ର ଆଜି ସୂଚନା ଦେଇଛି ଯେ, ଗତ
ଦୁଇ ଦିନ ଧରି ହେଉଥିବା ପ୍ରବଳ ବର୍ଷା ଫଳରେ ଗୋନ୍ଦିଆ ଜିଲ୍ଲାରେ ବାଘ ନଦୀ ବିପଦ ସଂକେତକୁ
ଅତିକ୍ରମ କରିଛି। ଏହିପରି ଭାବରେ, ରାୟଗଡ଼ ଜିଲ୍ଲାରେ
କୁଣ୍ଡଳିକା ନଦୀ ଚେତାବନୀ ସୀମାକୁ ଅତିକ୍ରମ କରିଛି ଏବଂ ନଦୀ କାଠରେ ବସିଥିବା ଗ୍ରାମଗୁଡିକୁ
ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣେ ଜିଲ୍ଲାର ଖଡକୱାସଲା ଓ ପବନା ବାନ୍ଧରୁ
ନିୟନ୍ତ୍ରିତ ଭାବରେ ପାଣି ଛାଡ଼ାଯାଉଛି ଏବଂ ଜିଲ୍ଲା ପ୍ରଶାସନ ନାଗରିକମାନେ ସତର୍କ ରହିବାକୁ
ନିର୍ଦ୍ଦେଶ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା