ଧର୍ମଶାଳା, ୨୭ ଜୁଲାଇ(ହି.ସ.) – ଯାଜପୁର ଜିଲା ଧର୍ମଶାଳା ଅଂଚଳର ବରିଷ୍ଠ ଖବର କାଗଜ ବିକ୍ରେତା ରାମଚନ୍ଦ୍ର ମହାନ୍ତି(ଦାମ) ପକ୍ଷାଘାତ ରୋଗରେ ଶିକାର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଶନିବାର ଦିନ ସେ ବାଇକ୍ରେ ଘରକୁ ଫେରୁଥିବାବେଳେ ଅତ୍ୟଧିକ ରକ୍ତ ଚାପ ଯୋଗୁ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲରେ ତୁରନ୍ତ ଭର୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରା ଯାଇଥିଲା ବେଳେ ଧୀରେ ଧୀରେ ପକ୍ଷାଘାତ ଆଡ଼କୁ ତାଙ୍କ ଶରୀରର କିଛି ଅଙ୍ଗ ଗତି କରୁଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି। ଦାମ ଦୀର୍ଘ ବର୍ଷ ଧରି ଜାରକା ଅଂଚଳରେ ବିଭିନ୍ନ ଖବର କାଗଜର ବିକ୍ରେତା ଭାବେ କାର୍ଯ୍ୟ କରି ଆସୁଥିବା ସହ ଜଣେ ପରୋପକାରୀ ଓ ମେଳାପି ବ୍ୟକ୍ତି ଭାବରେ ତାଙ୍କର ପରିଚୟ ରହିଛି। ଧର୍ମଶାଳା ପ୍ରେସ କ୍ଲବ ଓ ଜାରକା ହକର୍ ସଂଘ ପକ୍ଷରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ