ନୂଆଦିଲ୍ଲୀ, 27 ଜୁଲାଇ (ହି.ସ.)-ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର ହରିଦ୍ୱାରରେ ମନସା
ଦେବୀ ମନ୍ଦିର ପଥରେ ଘଟିଥିବା ଦଳାଚକଟା ଘଟଣାରେ ଧନଜୀବନ ହାନିକୁ ନେଇ ଶୋକ ପ୍ରକାଶ କରିଛନ୍ତି।
ହରିଦ୍ୱାର ସ୍ଥିତ ମନସା ଦେବୀ ମନ୍ଦିର ମାର୍ଗରେ ଦଳାଚକଟା ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା
ନିଶ୍ଚିତ ହୋଇଛି।
ରାଷ୍ଟ୍ରପତି ଏକ୍ସରେ ଏକ ପୋଷ୍ଟରେ
ଲେଖିଛନ୍ତି ଯେ, ହରିଦ୍ୱାରର ମନସା ଦେବୀ ମନ୍ଦିର ମାର୍ଗରେ ଦଳାଚକଟା ଘଟଣାରେ ଅନେକ
ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ସମ୍ବାଦ ବହୁତ ଯନ୍ତ୍ରଣାଦାୟକ। ମୁଁ ସମସ୍ତ ଶୋକାକୁଳ ପରିବାର
ପ୍ରତି ଗଭୀର ସମବେଦନା ଜଣାଉଛି। ଆହତ ହୋଇଥିବା ସମସ୍ତ ଶ୍ରଦ୍ଧାଳୁ ଶୀଘ୍ର ସୁସ୍ଥ ହେଉନ୍ତୁ
ବୋଲି କାମନା କରୁଛି।”
ପ୍ରଧାନମନ୍ତ୍ରୀ ମୋଦି
ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, “ହରିଦ୍ୱାରରେ ମନସା ଦେବୀ
ମନ୍ଦିର ମାର୍ଗରେ ଦଳାଚକଟା ଘଟଣାରୁ ଘଟିଥିବା ମାନବିକ କ୍ଷତି ଦେଖି ମୁଁ ଗଭୀର ଦୁଃଖିତ।
ଯେଉଁମାନେ ତାଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ଅଛି।” ସେ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ଏବଂ ଉଲ୍ଲେଖ
କରିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସହଯୋଗ ପ୍ରଦାନ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା