ହରିଦ୍ୱାର, 27 ଜୁଲାଇ (ହି.ସ.)-ହରିଦ୍ୱାରର ମନସା
ଦେବୀ ମନ୍ଦିର ମାର୍ଗରେ ରବିବାର ସକାଳେ ଘଟିଥିବା ଦଳାଚକଟା ଘଟଣାରେ ୬ ଜଣଙ୍କ ମୃତ୍ୟୁ ଓ ୨୫ ରୁ
ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି ଏବଂ ଘଟଣାସ୍ଥଳରେ ଉଦ୍ଧାର
କାର୍ଯ୍ୟ ଚାଲିଛି।
ମୁଖ୍ୟମନ୍ତ୍ରୀ ପୁଷ୍କର
ସିଂହ ଧାମି ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସରକାର
ଘଟଣାକ୍ରମ ଉପରେ ଲଗାତାର ନଜର ରଖୁଛି।
ଗଡ଼ୱାଳ ମଣ୍ଡଳର କମିଶନର
ଆୟୁକ୍ତ ବିନୟ ଶଙ୍କର ପାଣ୍ଡେୟ ଅନୁସାରେ, ମନସା
ଦେବୀ ମନ୍ଦିର ମାର୍ଗରେ ଆଜି ସକାଳ ୯:୩୦ଟାରେ ଦଳାଚକଟା
ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଆହତଙ୍କୁ ରାଜ୍ୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି
କରାଯାଇଛି। ଏସଡିଆରଏଫ୍ର ୩ଟି ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ପୋଲିସ୍ ଓ ପ୍ରଶାସନିକ ଟିମ୍ମାନଙ୍କ ସହିତ ଏସଡିଆରଏଫ୍ ଟିମ୍ମାନେ ଘଟଣାସ୍ଥଳରେ ପହଞ୍ଚି
ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନେ ବର୍ତ୍ତମାନ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ
ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା