ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର : ଜଣେ ଆହତ
ଧର୍ମଶାଳା,୨୭ଜୁଲାଇ(ହି.ସ.) - ଶ୍ରାବଣର ତୃତୀୟ ସୋମବାର ପାଇଁ ଜଳାଭିଷେକ ପାଇଁ କାଉଁଡିଆମାନେ ଚଳ ଚଂଚଳ । ବିଭିିନ୍ନ ଶୈବ ପୀଠରେ ଜଳାଭିଷେକ ପାଇଁ କାଉଁଡିଆମାନେ ଜଳଭାର ନେଇ ଯାଇଥିବା ଦେଖିବାକୁ ମିଳିଛି । କାଉଁଡିଆମାନଙ୍କ ସାଥବରେ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିବା ଦ
ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର : ଜଣେ ଆହତ


ଧର୍ମଶାଳା,୨୭ଜୁଲାଇ(ହି.ସ.) - ଶ୍ରାବଣର ତୃତୀୟ ସୋମବାର ପାଇଁ ଜଳାଭିଷେକ ପାଇଁ କାଉଁଡିଆମାନେ ଚଳ ଚଂଚଳ । ବିଭିିନ୍ନ ଶୈବ ପୀଠରେ ଜଳାଭିଷେକ ପାଇଁ କାଉଁଡିଆମାନେ ଜଳଭାର ନେଇ ଯାଇଥିବା ଦେଖିବାକୁ ମିଳିଛି । କାଉଁଡିଆମାନଙ୍କ ସାଥବରେ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଂଚାୟତ ଅଂଚଳରେ । ଟ୍ରାକ୍ଟର ଓଲଟି ପଡିବା ପଳରେ ଜଣେ ଆହତ ହୋଇଥିବା ଜଣାପଡିଛି । ଏକ କାଉଁଡିଆ ସଂଘକୁ ନେଇ ସାଥିରେ ଯାଉଥିବା ଟ୍ରାକ୍ଟରଟି ଆଜି ଅପରାହ୍ନରେ ରସୁଲପୁର ବ୍ଲକ ଅନ୍ତର୍ଗତ ହରିପୁର-ମୂଳାପାଳ ରାସ୍ତା କରଜଙ୍ଗା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ନାଳକୁ ଓଲଟି ପଡିଥିଲା । ସୌଭାଗ୍ୟ ବଶତଃ ଟ୍ରାକ୍ଟରର ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଟ୍ରାକ୍ଟରକୁ ରାସ୍ତା କଡରୁ ଉଠାଇଥିବା ଜଣାପଡିଛି । ଯାହାକି ଏକ ବଡ ଦୁର୍ଘଟଣା ଟଳି ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande