ଧର୍ମଶାଳା,୨୭ଜୁଲାଇ(ହି.ସ.) - ସୁସ୍ଥ ପରିବେଶ ପାଇଁ ଗଛ ଲାଗାଇବା ଏବେ ଜରୁରୀ ହୋଇ ପଡିଛି । ଦିନକୁ ଦିନ ପରିବେଶ ପାଇଁ ଜନ ଜୀବନ ଉପରେ ଏହାର ପ୍ରଭାବ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲା ଧର୍ମଶାଳା କଂଗ୍ରେସ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଧର୍ମଶାଳାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶାନ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଉଛି । ରବିବାର ଅପରାହ୍ନରେ ଦେଳି ପାହାଡ ପାଦଦେଶ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବଡଚଣା ବ୍ଲକବର ପ୍ରାକ୍ତନ ବିଧାୟକ ସୀତାକାନ୍ତ ମହାପାତ୍ର ଅତିଥିଭାବେ ଯୋଗ ଦେଇ ଚାରାରୋପଣ କରିଥିଲେ । ଧର୍ମଶାଳାର ବରିଷ୍ଠ କଂଗ୍ରେସ କର୍ମୀ ଓ ଯୁବନେତା କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭିନ୍ନ କିସମର ଚାରାରୋପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ