ଲମା ବିଲଡ଼ିଂ ଠାରୁ ଭଟଲି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ୪୮ ଘଣ୍ଟା ଭିତରେ ଅବୈଧ ଦୋକାନ ଓ ବସତି ଭାଙ୍ଗିବ
ବରଗଡ଼, ୨୮ ଜୁଲାଇ (ହି.ସ.)- ଲମା ବିଲଡ଼ିଂ ଠାରୁ ଭଟଲି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ୪୮ ଘଣ୍ଟା ଭିତରେ ଅବୈଧ ଦୋକାନ ଓ ବସତି ଭାଙ୍ଗିବ l ବରଗଡ଼ ସହରର ଲମା ବିଲଡ଼ିଂ ଠାରୁ ଭଟଲି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହ
ଲମା ବିଲଡ଼ିଂ ଠାରୁ ଭଟଲି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ୪୮ ଘଣ୍ଟା ଭିତରେ ଅବୈଧ ଦୋକାନ ଓ ବସତି ଭାଙ୍ଗିବ


ବରଗଡ଼, ୨୮ ଜୁଲାଇ (ହି.ସ.)- ଲମା ବିଲଡ଼ିଂ ଠାରୁ ଭଟଲି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ୪୮ ଘଣ୍ଟା ଭିତରେ ଅବୈଧ ଦୋକାନ ଓ ବସତି ଭାଙ୍ଗିବ l ବରଗଡ଼ ସହରର ଲମା ବିଲଡ଼ିଂ ଠାରୁ ଭଟଲି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଏହି ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ଥିବା ଅବୈଧ ଅନଧିକୃତ ଦୋକାନ, ବଜାର ଏବଂ ବସତିଗୃହଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ହଟାଇବା ପାଇଁ ନୋଟିସ୍ ଜାରି କରାଯାଇଛି। ଏହି ଅଭିଯାନ ରାସ୍ତାର ଚଉଡ଼ାକରଣ ଓ ଟ୍ରାଫିକ ସୁବିଧା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହେବ।

ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଅନେକ ଦୋକାନ ଓ ବସତି ସରକାରୀ ଜମିରେ ଅନଧିକୃତ ଭାବେ ନିର୍ମାଣ ହୋଇଛି, ଯାହା ରାସ୍ତା ପ୍ରଶସ୍ତିକରଣରେ ବାଧା ସୃଷ୍ଟି କରୁଛି। ଜିଲ୍ଲା ପ୍ରଶାସନ ଓ ପୌରପାଳିକା ମିଳିତ ଭାବେ ଏହି ଅବୈଧ ନିର୍ମାଣ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବ । ନୋଟିସ୍ ଅନୁଯାୟୀ, ଦୋକାନୀ ଓ ବ୍ୟବସାୟୀମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ନିର୍ମାଣ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ଅନ୍ୟଥା ପ୍ରଶାସନ ବୁଲଡୋଜର ବ୍ୟବହାର କରି ଏହାକୁ ଭାଙ୍ଗିବ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande