ଗଂଜାମ, 28 ଜୁଲାଇ (ହି.ସ.)
ପ୍ରତିଦିନ ଜିଲ୍ଲାରେ ଗୋଷ୍ଠୀ ବିବାଦ ସହ ହଣା ମରା ଓ ଗୁଳି ଫୁଟୁଛି । ଯାହା ଫଳରେ ଅଶାନ୍ତ ହୋଇଛି ରହିଛି ପୁରା ଗଞ୍ଜାମ ଜିଲ୍ଲା । ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ ଭାଗିରଥି ମହାନ୍ତି, ଗୋପାଳ ମହାନ୍ତି ଓ କାଁହୁ ମହାନ୍ତିଙ୍କୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ। ବର୍ତ୍ତମାନ ବିଶାଖାପାଟନମ୍ ମେଡ଼ିକାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପକ୍ଷରେ ଏହି ଘଟଣାରେ ପୁରୁଷୋତମପୁର ଥାନା ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ