ବାମରା ବ୍ଲକ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି
ସମ୍ବଲପୁର, ୨୮ ଜୁଲାଇ (ହି.ସ.) - ଆଜି ବାମରା ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପିଙ୍କର ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୯୦ଟି ଆବେଦନ ଗ୍ରହଣ କରାଯାଇ ଥିଲା । ସେଥି ମଧ୍ୟରେ ୭୦ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥ
ବାମରା ବ୍ଲକ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର, ୨୮ ଜୁଲାଇ (ହି.ସ.) - ଆଜି ବାମରା ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପିଙ୍କର ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୯୦ଟି ଆବେଦନ ଗ୍ରହଣ କରାଯାଇ ଥିଲା । ସେଥି ମଧ୍ୟରେ ୭୦ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୨୦ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତ ଥିଲା। ଆଜିର ଏହି ମିଳିତ ଜନ ଶୁଣାଣୀରେ ୬ ଟି ଅଭିଯୋଗର ସମାଧାନ କରାଯାଇଥିଲା। ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ବେଳେ ସିଏମଆରଏଫ ପାଣ୍ଠିରୁ ଅନ୍ୟ ଜଣଙ୍କୁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande