ଜୟପୁର, 28 ଜୁଲାଇ (ହି.ସ.)
ଜୟପୁର ବ୍ଲକ ଅନ୍ତର୍ଗତ ବାରିଣିପୁଟ ପଞ୍ଚାୟତର ଓସିସି କଲୋନୀ ମୁଣ୍ତିଗୁଡା ଗ୍ରାମବାସୀ ମାନେ ଘରଡିହ ପଟ୍ଟା ପ୍ରଦାନ କରିବା ନିମନ୍ତେ ଆଜି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି। ମୁଣ୍ତିଗୁଡା ଓସିସି କଲୋନୀରେ ୫୦ ରୁ ୫୫ ବର୍ଷ ଧରି ବସବାସ କରି ଆସୁଥିବା ଲୋକଙ୍କୁ ସରକାର ଘରଡିହ ପଟ୍ଟା ଯୋଗାଇ ଦେଇନାହାନ୍ତି। ୨୦୧୯ ମସିହାରେ ୨୫୦ ଜଣ ସରକାରଙ୍କ ନିକଟରେ ଘରଡିହ ନିମନ୍ତେ ନିବେଦନ କରିଥିଲେ କିନ୍ତୁ ୪୯ ପରିବାରଙ୍କୁ ୨ସେଣ୍ଟ ଲେଖାଏଁ ଜମିର ପଟ୍ଟା ୮ମାସ ତଳେ ମିଳିଥିଲା। ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କୁ ଡିହ ପଟ୍ଟା ମିଳିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶୃତି ମିଳିଥିଲା। ପରବର୍ତ୍ତୀ ସମୟରେ ଅଫିସରମାନେ ଅନାବାଦି ଡଙ୍ଗର ଜମି ଦେଖାଇଥିଲେ। କିନ୍ତୁ ଲୋକେ ବିରୋଧ କରିବାରୁ ପଟ୍ଟା ମିଳି ପାରିନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଜୟପୁର ମୌଜାର ୭ଏକର ୫୦ ଡେସିମିଲ ଜାଗା ନିରୁପଣ କରାଯାଇଥିଲା। ଉକ୍ତ ଡଙ୍ଗର କିସମ ପରିବର୍ତ୍ତନ ହେବା ପରେ ଏବ˚ ସର୍ବଗ୍ୟାତରେ ଉକ୍ତ ଜାଗା ସମତୁଲ କାମ ଗ୍ରାମବାସୀ ମାନେ କରିଥିଲେ। କିନ୍ତୁ ପଟ୍ଟା ଦିଆଯାଇ ନଥିବାରୁ ଲୋକେ ସନ୍ଦେହରେ ରହିଛନ୍ତି। ନିୟମ ଅନୁଯାୟୀ ଲୋକଙ୍କୁ ଉକ୍ତ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଆଜି ଅଭିଯୋଗ ପ୍ରକୋଷ୍ଠରେ ଶତାଧିକ ମହିଳା ଦାବି ଜଣାଇଛନ୍ତି। ୨୫୦ ପରିବାର ବର୍ଗଙ୍କୁ ତାଙ୍କର ଦୀର୍ଘ ଦିନର ଅଭିପ୍ରାୟକୁ ହୃଦୟଙ୍ଗମ କରି ସମସ୍ତ ଗରିବ ପରିବାରଙ୍କୁ ସରକାରଙ୍କ ନିୟମ ଅନୁସାରେ ଯେଉଁ ୭ଏକର ୫୦ ଡେସିମିଲ ଡଙ୍ଗର ଦିଆଯାଇଛି ସେହି ସ୍ଥାନରେ ପଟ୍ଟା ପ୍ରଦାନ କରାଯାଉ। ଯେଉଁ ସ୍ଥାନରେ ସରକାର ଆମ ଓସିସି କଲୋନି ମୁଣ୍ତିଗୁଡା ଗ୍ରାମରେ ଜମି ଚିହ୍ନଟ କରି ଦେଇଥିଲେ ସେହି ସ୍ଥାନରେ ସମସ୍ତ ମୁଣ୍ତିଗୁଡା ଗ୍ରାମ ବାସିନ୍ଦା ରହିବେ କାରଣ ଏଥି ନିମନ୍ତେ ବିଗତ ୬ବର୍ଷ ହେଲା ସରକାର ପାଖରେ ନିବେଦନ କରି ଆସୁଛନ୍ତିଁ। ଯେଉଁ ମାନଙ୍କୁ ପଟ୍ଟା ପ୍ରଦାନ କରାଯାଇନାହିଁ ସେମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ଶତାଧିକ ମହିଳାମାନେ ଦାବି ଜଣାଇଛନ୍ତି। ଅଭିଯୋଗ ପତ୍ର ଦେବା ସମୟରେ ସାମସନ ଭତ୍ରା, ସଚିନ ନାଗ, ଦେବରାଜ ଖୋସ୍ଲା, କୁନି ବାଘ, ଜୟନ୍ତି ଗରଡା, ରାମା ଖୋସଲା, ତୁଳା ମାଣ୍ତି, ସୁନାମୀ କନ୍ଧପାନଙ୍କ ସମେତ ଅନ୍ୟ ମହିଳାମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି