ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୋମବାର ଦିନ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ନାଗରିକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିବା ସହ ସେଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଉପସ୍ଥିତ ଉପବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି ଜନ ଶୁଣାଣି ଶିବିରରେ ଉପାୟୁକ୍ତ ଏନ୍. ଗଣେଶ ବାବୁଙ୍କ ସହ ଇଂଜିନିୟରିଂ ଉପବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା