ବୁଦ୍ଧେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ
ଭୁବନ, ୨୮ ଜୁଲାଇ (ହି.ସ.) - ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱରଙ୍କ ମନ୍ଦିର ରେ ଶ୍ରାବଣ ମାସର ତୃତୀୟ ସୋମବାର ରେ ଜଳଲାଗି କରିବାକୁ କାଉଡ଼ିଆ ଙ୍କ ପ୍ରବଳ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ
ବୁଦ୍ଧେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ


ଭୁବନ, ୨୮ ଜୁଲାଇ (ହି.ସ.) - ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱରଙ୍କ ମନ୍ଦିର ରେ ଶ୍ରାବଣ ମାସର ତୃତୀୟ ସୋମବାର ରେ ଜଳଲାଗି କରିବାକୁ କାଉଡ଼ିଆ ଙ୍କ ପ୍ରବଳ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସି ପହଂଚିଥିଲେ । ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରୁ ଜଳ ଆଣି ବାବା ବୁଦ୍ଧେଶ୍ୱର ଙ୍କୁ ଜଳ ଲାଗି କରିଥିଲେ । ହର ହର ମହାଦେବ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ତୃତୀୟ ସୋମବାରରେ ପ୍ରାୟ ସାତ ହଜାରରୁ ଉର୍ଦ୍ଧ୍ୱ କାଉଡ଼ିଆ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବୁଦ୍ଧେଶ୍ୱର ଙ୍କୁ ଜଳ ଲାଗି କରିଥିଲେ। ବିଭିନ୍ନ ସ୍ୱେଛାସେବୀ ସଂସ୍ଥା ତରଫରୁ କାଉଡ଼ିଆଙ୍କ ପାଇଁ ସେବା କେନ୍ଦ୍ର ଖୋଲାଯାଇଥିଲା । ଜଳପାନ ଓ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ମନ୍ଦିର କମିଟିର ସଭାପତି ନରହରି ସାହୁ ଙ୍କ ତତ୍ୱାବଧାନରେ ସମ୍ପାଦକ ସମୀର କୁମାର ସାହୁ ,ଉପ ସଭାପତି ବିପିନ ବିହାରୀ ସେଠୀ, କୋଷାଧକ୍ଷ ସନ୍ତୋଷ ବିହାରୀ ,ପରିଚାଳକ ଗୁଲଗୁଲ ସାହୁ, କମିଟି ସଦସ୍ୟ ଦୀନବନ୍ଧୁ ସାହୁ, ଖଗେଶ୍ୱର ନାୟକ , ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ଭକ୍ତ ମାନଙ୍କୁ ସହଯୋଗ କରିଥିଲେ । ଭୁବନ ଥାନା ତରଫରୁ ମଧ୍ୟ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇ କାଉଡ଼ିଆ ଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande