ଜୟପୁର, ୨୮ ଜୁଲାଇ (ହି.ସ.) - ଚଳିତ ଖରିଫ ରୁତୁରେ ଚାଷୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ କୃଷକ କଲ୍ୟାଣ ମଂଚ ପକ୍ଷରୁ ଅଭିଯୋଗ ପ୍ରଦାନ କରାଯାଇଛି। ଧାନ ବିକ୍ରି କରିବାକୁ ବହୁ ଦୁରରୁ ଚାଷୀ ଲ୍ୟାମ୍ପ କୁ ଆସିବାକୁ ପଡୁଛି। ଏପରିକି ଦିନ ଦିନ ଅପେକ୍ଷା କଲାପରେ ମଧ୍ୟ ପଞ୍ଜିକରଣ ହୋଇ ପାରୁନାହିଁ। ଚାଷୀଙ୍କ ସୁବିଧା ଦୃଷ୍ଟିରୁ ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ର କିମ୍ବା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ପଞ୍ଜିକରଣ କରାଗଲେ ଚାଷୀ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ମହିଳା ଉପକୃତ ହୋଇପାରିବେ। ବର୍ତମାନ ବିଭିନ୍ନ ଧାନ କ୍ରୟ ସପ୍ସସ୍ଥା ଦ୍ୱାରା ଚାଲୁଥିବା ପଞ୍ଜିକରଣରେ ଭାଗଚାଷୀ ନାମରେ ଦଲାଲ ମାନେ ପ୍ରଥମେ ପଞ୍ଜିକରଣ କରୁଛନ୍ତି, ଏହାର ତଦନ୍ତ କରି ସେମାନଙ୍କ ନାମ କିପରି ପଞ୍ଜିକରଣରୁ ବାଦ ଦିଆଯିବ ତାହା ହେଲେ ଆଗାମୀ ଧାନମଣ୍ତିରେ ପ୍ରକୃତ ଚାଷୀ ଧାନ ବିକ୍ରି କରିପାରିବେ, ଜଣେ ଜଣେ ଦଲାଲ ୧ହଜାରରୁ ୫ହଜାର ପର୍ଯ୍ୟନ୍ତ କୁଇଂଟାଲ ଧାନ ପଞ୍ଜିକରଣ କରି ମାଲାମାଲ ହେଉଥିବା ସ୍ଥଳେ ପ୍ରକୃତ ଚାଷୀ ଅଭାବି ବିକ୍ରୀର ସମ୍ମୁଖୀନ ହେବାକୁ ପଡୁଛି। ଧାନ ପଞ୍ଜିକରଣ ସମୟ ସୀମା ସେପ୍େଟମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଯେଉଁ ଚଷୀ ମାନଙ୍କର ବାପା, ଜେଜେବାପା, ପଟ୍ଟାଧାରୀ ମୃତ୍ୟୁ ବରଣ କରିସାରିଛନ୍ତି ସେମାନଙ୍କ ଉତରାଧିକାରୀ କିପରି ପଞ୍ଜିକରଣ କରିପାରିବେ ତାହାର ବ୍ୟବସ୍ଥା କରାଯାଉ, ଜିଲ୍ଲାରେ ଭାଗଚାଷୀ ସପ୍ସଖ୍ୟା ଅତ୍ୟନ୍ତ କମ ଥିବା ବେଳେ ଚାଷୀଙ୍କ ନାମରେ ଦଲାଲ ସକ୍ରିୟ ହୋଇଛନ୍ତି, ପ୍ରଶାସନ ଦ୍ୱାରା ଏହାର ପ୍ରକୃତ ତଦନ୍ତ କରାଯିବା ସହିତ ଯେଉଁ ଡଙ୍ଗର କିସମର ଧାନ ଚାଷ ହେଉଛି ଚାଷୀ କିପରି ପଞ୍ଜିକରଣ କରିପାରିବେ ତାହାର ବ୍ୟବସ୍ଥା କରାଯାଉ। ବିଭିନ୍ନ ଗୃପର ସଦସ୍ୟ ସଦସ୍ୟାଙ୍କୁ ୧୦ ରୁ ୨୦ ହଜାର ଦେଇ ସମସ୍ତ କମିଶନ ଅର୍ଥ ହେଣ୍ଡେଲିପ୍ସ ଚାର୍ଜ ଆତ୍ମସାତ କରୁଛନ୍ତି ତାହା ସହିତ ବିଭିନ୍ନ ସରକାରୀ ଅଫିସରଙ୍କୁ କମିଶନ ଦେବାର ଅଛି କହି ଲକ୍ଷାଧିକ ଟଙ୍କା ନିଜେ ଆତ୍ମସାତ କରୁଛନ୍ତି ଏବଁ ପଞ୍ଜିକରଣ ସମୟରେ ଦଲାଲ ବେବାରି ଓ ମିଲରଙ୍କ ମିଥ୍ୟା ପଞ୍ଜିକରଣ କରି ଦୁର୍ନିତିର ବାଟ ବାହାର କରି ସରକାରଙ୍କୁ କ୍ଷତି ପହଁଚାଉଛନ୍ତି। ଡିଏଲପିସି ବୈଠକର ନିଷ୍ପତି ଅନୁସାରେ ଖାଲିଅଖା ବାବଦରେ ଅର୍ଥ ଏବପ୍ସ ହେଣ୍ତଲିପ୍ସ ଚାର୍ଜ ବ ବଦରେ ଅର୍ଥ ଚାଷୀଙ୍କୁ ପ୍ରଦାନ କରାଯାଉନାହିଁ। ଯାହାର କି ପରିମାଣ ୫କୋଟିରୁ ଉର୍ଦ୍ଧ ହେବ। ତୁରନ୍ତ ଏହି ଅର୍ଥ ଚାଷୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ, ଗତ ରବି ମଣ୍ତିରେ ଜିଲ୍ଲାରେ ୧୪ ଲକ୍ଷ ୪୫ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି କିନ୍ତୁ ପ୍ରକୃତରେ ଚାଷୀଙ୍କ ଠାରୁ ୬୦ ପ୍ରତିଶତ ରୁ ୭୦ ପ୍ରତିଶତ ଧାନ ଏବପ୍ସ ୩୦ ପ୍ରତିଶତରୁ ୪୦ ପ୍ରତିଶତ ଭାଗ କାଗଜ କ୍ରୟ କରାଯାଉଛି। ଏତଦ ବ୍ୟତିତ ବିନା ଭିଟିଏସ ରେ ଲକ୍ଷାଧିକ କୁଇଣ୍ଟାଲ ଧାନ ପରିବହନ କରାଯାଉନାହିଁ। ଏହାଦ୍ୱାରା ରାଜକୋଷରୁ ୨କୋଟିରୁ ଉର୍ଦ୍ଧ ଟଙ୍କା ସରକାରଙ୍କୁ କ୍ଷତି ସହିବାକୁ ପଡୁଛି। ପୁନଶ୍ଚ କଟନି ଛଟନି ବାବଦରେ ୫ରୁ ୨୨ କେଜି ପର୍ଯ୍ୟନ୍ତ ଅଧିକ ଧାନ ମିଲର ଚାଷୀଙ୍କ ଠାରୁ କ୍ରୟ କରି ସପ୍ସସ୍ଥା ମାଧ୍ୟମରେ ନେଉଛନ୍ତି ଯାହାର ପରିମଣ ୨୨ରୁ ୩୦ କୋଟି ଟଙ୍କା ହେବ। ଏହାର ଏକ ନିରପେକ୍ଷ ତଦନ୍ତ କରିବାକୁ ନିବେଦନ କରାଯାଇଛି। ଏହି ଦାବିପତ୍ରପ୍ରଦାନ ସମୟରେ କୃଷକମଂଚ ସଭାପତି ନରେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଚାଷୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି