ଇନର ହୁଇଲ କ୍ଳବର ଅଧିଷ୍ଠାନ ଉତ୍ସବ ପାଳିତ
ବାରିପଦା , , 28 ଜୁଲାଇ (ହି.ସ.)ବାରିପଦା ରୋଟାରୀ କ୍ଳବ ଠାରେ ଇନର ହୁଇଲ କ୍ଲବର ଅଧିଷ୍ଠାନ ଉତ୍ସବ କ୍ଲବର ପୂର୍ବତନ ସଭାନେତ୍ରୀ ସୁମନ ଅଗ୍ରୱାଲଙ୍କ ତତ୍ୱବାଧାନରେ ଅନୁଷ୍ଠିତ ହୋଇଯାଇଅଛି । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସାଗରିକା ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନାରୀ ମାନଙ୍କର ଉନ୍ନତି ଅଗ୍ରଗତି ଓ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନୂତନ ସଭାନେତ୍ରୀ ଭାବେ ପାର୍ବତୀ ବାରିକ, ଉପ ସଭାନେତ୍ରୀ ଭାବେ ସୁପ୍ରିତୀ ଦଳ ବେହେରା, ସମ୍ପାଦିକା ଗୀତାଞ୍ଜଳୀ ମହାପାତ୍ର, କୋଷାଧକ୍ଷ ଭାବେ ସ୍ୱପ୍ନା ଦାଶ, ଆଇଏସଓ ଭାବେ ଶ୍ୟାମଳି ପଟନାୟକ ଏବଂ ଏଡିଟର ଭାବେ ସଂଯୁକ୍ତା ଦାଶ ମନୋନୀତ ହେଇ 2025-26ବର୍ଷର କାର୍ଯ୍ୟଭାର ଗ୍ରହଣ କରିଥିଲେ । କ୍ଲବର ପୂର୍ବତନ ସଭାନେତ୍ରୀ ପ୍ରଭାତୀ ମହାପାତ୍ର ତାଙ୍କ ଜ୍ୟେଷ୍ଠ ପୁତ୍ର ଦେବବ୍ରତ ମହାପାତ୍ରଙ୍କ ସ୍ମରଣାର୍ଥେ କ୍ଲବର ଉନ୍ନତି ତଥା ନୂତନ ଯୋଜନା ପାଇଁ 50ହଜାର ଟଙ୍କା କ୍ଲବକୁ ପ୍ରଦାନ କରିଥିଲେ । ଏହି ଅବସରରେ କ୍ଲବର ପତ୍ରିକା ଲୋକାର୍ପଣ କରାଯାଇଥିଲା । ପୂର୍ବତନ ସଭାନେତ୍ରୀ ସୁଜାତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ