ବାରିପଦା, ୨୮ ଜୁଲାଇ (ହି.ସ.) - ମୟୁରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ମାନଙ୍କର ବଦଳି ତଥା ରେସନାଲାଇଜେସନ ରୁଲରେ ବ୍ୟାପକ ହେରଫେର ହୋଇଥିବା ନେଇ ଜିଲ୍ଲା ଶିକ୍ଷଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନାମରେ ଅଭିଯୋଗ ଆସିଥିବାରୁ ମୟୁରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଆସନ୍ତା ତା ୩୦/୭/୨୫ ରିଖ ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ସମସ୍ତ କାଗଜାତ ପ୍ରମାଣପତ୍ର ସହିତ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ନୋଟିସ କରାଯାଇଥିବାର ଜଣାଯାଇଛି । ଏପରିକି ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ସେଠୀ ରେସନାଲାଇଜେସନ ରୁଲରେ ଉଦେଶ୍ୟ ମୂଳକ ଭାବରେ ବ୍ୟାପକ ହେରଫେର କରି ବାରିପଦା ବ୍ଲକଶିକ୍ଷା କାର୍ଯ୍ୟାଳୟ ଅଧୀନରେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବରେ ଚାକିରୀ କରିଥିବା ନିଜ ସ୍ତ୍ରୀ ଗୀତା ବେହେରାଙ୍କୁ ମଧ୍ୟ ଅନିୟମିତତା ଜାଲରେ ଛନ୍ଦି ପକାଇଛନ୍ତି । ଏଣୁ ତାଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଜାରି କରାଯାଇଥିବାର ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ